ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା
ଭୁବନେଶ୍ଵର : ଓଡ଼ିଶାକୁ ଛୁଟୁଛି ପର୍ୟ୍ୟଟକଙ୍କ ସୁଅ। ପର୍ୟ୍ୟଟକଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା। ୨୦୨୨-୨୩ରେ ୮୬ ଲକ୍ଷ ୨୪ ହଜାର ପର୍ୟ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୩-୨୪ରେ ୧ କୋଟି ୧୪ ହଜାର ୧୭୫ ପର୍ୟ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ୟ୍ୟଟକ ଓଡ଼ିଶା ଆସିଛନ୍ତି। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲିଖିତ ଉତ୍ତର ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବିଦେଶୀ ପର୍ୟ୍ୟଟକଙ୍କ ସଂଖ୍ୟା ବଢୁଛି। ୫ ବର୍ଷରେ ୧ ଲକ୍ଷ ୩୩ ହଜାର ୧୬୧ ବିଦେଶୀ ପର୍ୟ୍ୟଟକ ଓଡ଼ିଶା ଆସିଲେଣି। ୨୦୨୦ରେ ୧୦ ହଜାର ୨୦୬ ପର୍ୟ୍ୟଟକ ଓଡ଼ିଶା ଆସିଥିଲେ। ୨୦୨୧ରେ ୨୨୬୯ ଜଣ ବିଦେଶୀ ପର୍ୟ୍ୟଟକ ଓଡ଼ିଶା ଆସିଥିଲେ। ସେହିପରି ୨୦୨୨ରେ ୨୨ ହଜାର ୧୭୨, ୨୦୨୩ରେ ୪୫ ହଜାର ୧୭୩, ୨୦୨୪ରେ ୫୩ ହଜାର ୩୯୨ ବିଦେଶୀ ପର୍ୟ୍ୟଟକ ଓଡ଼ିଶା ଆସିଥିଲେ।
Powered by Froala Editor