୨୦୧୫୦ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ
ଭୁବନେଶ୍ଵର : ଭଡ଼ା ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ୨୦୧୫୦ଟି ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତରକୁ ନେଇ ଉଦବେଗ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମୋଟ ୭୪୨୨୪ଟି ଅଙ୍ଗନୱାଡି କେନ୍ଦ୍ର ଅଛି। ୫୦ଟି ଅଙ୍ଗନୱାଡି କେନ୍ଦ୍ର ପାଇଁ ୧୨ ଲକ୍ଷ ହିସାବରେ ୬ କୋଟି ମଞ୍ଜୁର ହୋଇଛି। ରାଜ୍ୟରେ ଏବେ ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡା ଘରେ ଚାଲୁଛି। ୧୦ ହଜାର ୪୬୯ଟି ଅଙ୍ଗନୱାଡି କମ୍ୟୁନିଟି ସେଣ୍ଟରରେ ଚାଲିଛି। ୪୫୭୪ଟି ଅଙ୍ଗନୱାଡି କେନ୍ଦ୍ର ସ୍କୁଲ ଘରେ ଚାଲିଛି।
Powered by Froala Editor