ଖରସ୍ରୋତା ନଦୀରେ ବୁଡ଼ି ଚାଲିଗଲା ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ
କୁଆଖିଆ : ଖରସ୍ରୋତା ନଦୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ର ମୃତ। କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ପଞ୍ଚାୟତ ବରାଂଶ ଗ୍ରାମରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ରାଜେନ୍ଦ୍ର କଣ୍ଠଙ୍କ ପୁଅ ସାଇ ସାରଥି କଣ୍ଠ ବୋଲି ଜଣାପଡ଼ିଛି।
ଶନିବାର ମୁଗୁପାଳ ପଞ୍ଚାୟତ ବରାଂଶ ଗ୍ରାମର ନବମ ଶ୍ରେଣୀ ଛାତ୍ର ସାଇ ସାରଥି କଣ୍ଠ (୧୫ ବର୍ଷ) ସାଙ୍ଗମାନଙ୍କ ସହ ବାହାଦଲାପୁର ଗ୍ରାମ ନିକଟ ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ନଦୀରେ ବୁଡ଼ିଯାଇଥିଲେ। ଖବର ପାଇ କୁଆଖିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ଛାତ୍ରଙ୍କ ମୃତ୍ୟୁ ହୋଇସାରିଥିଲା।
Powered by Froala Editor