ହାତୀ ଆକ୍ରମଣରେ ଯୁବକ ମୃତ
କରଞ୍ଜିଆ : ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ମୃତ ଯୁବକ ସୁକ୍ରୁଳି ବ୍ଳକ ଅନ୍ତର୍ଗତ ଜାମଦାପାଳ ଗ୍ରାମର ଜୁନା ନାଏକ । ଜୁନା ପାର୍ବତୀପୁର ଆମ୍ବ ବାଗାନରେ ୨୮ ଟିକିଆ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଆହତ ଜୁନାକୁ ବନବିଭାଗ ଉଦ୍ଧାର କରି ପ୍ରଥମେ ସୁକ୍ରୁଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ଏଖବର ପରେ ପରିବାରରେ ଦୁଃଖର ଛାଇ ଖେଳିଯାଇଛି।
Powered by Froala Editor