ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ମୃତ
ବଣାଇଁଗଡ଼: ବଣାଇଁ ଗମଲେଇ ନିକଟରେ ଟ୍ରଲର ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ୍ୟୁ ହୋଇଥିବା ଦୁଇ ଯୁବକଙ୍କର ପରିଚୟ ମିଳିନାହିଁ । ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତା ଗମଲେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି।ଘଟଣାରୁ ପ୍ରକାଶ ଯେ, ବାଇକ ଯୋଗେ ଦୁଇ ଜଣ ଯୁବକ ନରେନ୍ଦ୍ର ପଟୁ ଆସୁଥିବା ବେଳେ ପଛପଟୁ ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟଙ୍କର ମୃତ୍ୟୁ ଘଟିଛି।
ଖବର ପାଇ ଲହୁଣୀପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ମୃତ ଦୁଇ ଯୁବକଙ୍କ ଶବକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।
Powered by Froala Editor