ଗଞ୍ଜେଇ ହେରଫେର ଅଭିଯୋଗରେ ଥାନା ଅଧିକାରୀ ନିଲମ୍ବିତ
ଭୁବନେଶ୍ବର:ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି । ଅଭିଯୋଗ ଅନୁଯାୟୀ କିଛି ଦିନ ପୂର୍ବେ ସଦର ଥାନା ପୁଲିସ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ସେଥିରୁ ଦୁଇ କ୍ୱିଣ୍ଟାଲ୍ ଗଞ୍ଜେଇର ହିସାବ ମିଳିନଥିଲା । ଏଥିରେ ଥାନା ଅଧିକାରୀ ସତୀଶଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡିବା ପରେ ତାଙ୍କ ନାଁରେ ସରକାରଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିଲା । ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
Powered by Froala Editor