ରାଜ୍ୟରେ ଖାଲି ପଡିଛି ୧୪୩୦ ପ୍ରଧ୍ୟାପକ ପଦବୀ
ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ । ରାଜ୍ୟରେ ମୋଟ ୧୪୩୦ ପଦବୀ ଖାଲି ପଡିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଉତ୍ତର ରଖିଛନ୍ତି । ସେଥିରୁ ୨୬୧ପ୍ରାଧ୍ୟାପକ, ୪୫୯ସହଯୋଗୀ ପ୍ରାଧ୍ୟାପକ, ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଫାଙ୍କା ପଡିଛି । ଗୋଟିଏ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଆଜି ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।
Powered by Froala Editor