୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ
ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲା ଛୋଟେଡୋଙ୍ଗର ଥାନା ଅଞ୍ଚଳର ସମ୍ବେଦନଶୀଳ ତୋୟାମେଟା ଏବଂ ପଢିବେଦା ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା ୩ ଆଇଇଡି ବୋମାକୁ ନିଷ୍କ୍ରିୟ କରାଯାଇଛି। ସୁରକ୍ଷାବାହିନୀ ଏବଂ ପୁଲିସକୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ନକ୍ସଲମାନେ ଉକ୍ତ ବୋମା ଖଞ୍ଜିଥିଲେ। ବିଶ୍ବସ୍ତ ସୂତ୍ରରୁ ପୁଲିସ ବାହିନୀକୁ ସୂଚନା ମିଳିଥିଲା। ଓରଛା ୨୯ତମ ବାଟାଲିୟନର ବୋମା ନିଷ୍କ୍ରିୟକାରୀ ଦଳ, ନାରାୟଣପୁର ଥାନା ପୁଲିସ, ଛୋଟେଡୋଙ୍ଗର ଥାନା ପୁଲିସ, ଆଇଟିବିପି ଡଗ୍ ସ୍କ୍ବାଡ୍କୁ ନେଇ ଗଠିତ ମିଳିତ ଦଳ ତନ୍ନ ତନ୍ନ ଯାଞ୍ଚ କରି ୩ ବୋମା ଠାବ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ବୈଷୟିକ ପ୍ରକ୍ରିୟାରେ ୩ ବୋମାକୁ ନିଷ୍କ୍ରିୟ କରିଛନ୍ତି।
Powered by Froala Editor