‘କାନ୍ତାରା’ ଉପରେ ଟିପ୍ପଣୀ ଦେଇ ଅଡୁଆରେ ରଣବୀର
ଏକ ଫିଲ୍ମ ସମାରୋହରେ ସାଉଥ୍ ଷ୍ଟାର୍ ଋଷଭ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା ଚାପ୍ଟର-୧’ ଉପରେ ଟିପ୍ପଣୀ ଦେଇ ଅଡୁଆରେ ଫସିଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ । ଧାର୍ମିକ ଭାବନାକୁ ଆହତ କରିବା, ଦୈବ ପରମ୍ପରାର ଅପମାନ ଏବଂ ହିନ୍ଦୁ ବିଶ୍ୱାସର ଉପହାସ ପାଇଁ ପ୍ରଶାନ୍ତ ମେଥଲ ନାମକ ଜଣେ ବ୍ୟକ୍ତି ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।
ପ୍ରଶାନ୍ତ ମେଥଲ ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡ୍ସ ଥାନାରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୨୯୯, ୩୦୨ ତଥା ୧୯୬ ଅନ୍ତର୍ଗତ ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେ ନିଜ ଅଭିଯୋଗରେ ଲେଖିଛନ୍ତି, ମୁଁ ଉପରୋକ୍ତ ଠିକଣାର ବାସିନ୍ଦା ଏବଂ ଭାରତର ଆଇନ ପାଳନ କରୁଥିବା ଜଣେ ନାଗରିକ ଓ ଅଧିବକ୍ତା । ବଲିଉଡ୍ ଅଭିନେତା ରଣବୀର ସିଂହଙ୍କର ଅବୈଧ ଏବଂ ଆପତ୍ତିଜନକ କାର୍ଯ୍ୟକୁ ତତ୍କାଳ ସଂଜ୍ଞାନକୁ ଆଣିବା ପାଇଁ ମୁଁ ଏହି ମାମଲା ରୁଜୁ କରିଛି ।
ଋଷଭ ଫିଲ୍ମରେ ଦେବୀ ଚାମୁଣ୍ଡେଶ୍ୱରୀ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମର ଦୈବ ଦୃଶ୍ୟରେ ଋଷଭଙ୍କ ଚରିତ୍ରକୁ ରଣବୀର ଥଟ୍ଟା କରିଥିଲେ । ଏଥିପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା । ମାମଲାର ଗମ୍ଭୀରତାକୁ ଦେଖି ରଣବୀର ସୋସିଆଲ ମିଡିଆ ମାଧ୍ୟମରେ କ୍ଷମା ମାଗିଲେ । କିନ୍ତୁ ଅଡୁଆ ଅଦ୍ୟାବଧି ତାଙ୍କ ପିଛା ଛାଡ଼ିନି ।
Powered by Froala Editor