ପୀତବାସ ପଣ୍ଡା ହତ୍ୟା ମାମଲା: ୯ ସୁଦ୍ଧା ଅଦାଲତରେ ସିଡି ଦାଖଲ କରିବାକୁ ତଦନ୍ତ ଅଧିକାରୀଙ୍କୁ ନିର୍ଦେଶ
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସନ୍ତା ୯ ତାରିଖ ସୁଦ୍ଧା ଅଦାଲତରେ କେସ ଡାଏରୀ(ସିଡି) ଦାଖଲ କରିବାକୁ ଜିଲା ଜଜ ମାମଲାର ତଦନ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ରହିଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ସମେତ ମୋଟ ୫ ଜଣଙ୍କୁ ଖଲାସ କରିବା ପାଇଁ ଦାୟର ହୋଇଥିବା ପିଟିସନର ଶୁଣାଣି ବେଳେ ଜିଲା ଜଜ୍ ପୁଲିସକୁ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ସିଡି ଦାଖଲ ପାଇଁ ମାମଲାର ତଦନ୍ତ ଅଧିକାରୀ ତଥା ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରିୟସରଞ୍ଜନ ଛୋଟରାୟ ଅଦାଲତକୁ କିଛିଦିନ ସମୟ ମାଗିଥିଲେ।
Powered by Froala Editor