ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର
ଗୋଆରେ ଶେଷ ହୋଇଛି ୫୬ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଇଫି) । ଉଦ୍ଯାପନ ଉତ୍ସବରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗନ୍ ସାମିଲ ହୋଇଥିଲେ। ଏହି ଅବସରରେ ରଜନୀକାନ୍ତଙ୍କୁ ଭାରତୀୟ ସିନେମାରେ ୫୦ ବର୍ଷ ପୂରଣ କରିବା ନେଇ ଜୀବନ ବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ସମ୍ମାନିତ ପରେ ରଜନୀକାନ୍ତ କହିଥିଲେ ଯେ ‘ମୋ କାମକୁ ପ୍ରଶଂସା ଓ ସମ୍ମାନିତ କରିଥିବାରୁ ଦେଶର ସରକାରଙ୍କୁ ଧନ୍ୟବାଦ। ସିନେମା ଓ ଅଭିନୟ ପ୍ରତି ପ୍ରେମଭାବ ଯୋଗୁଁ ମୋତେ ଏଭଳି ଲାଗେ। ଏଥିପାଇଁ ମୁଁ ୧୦୦ ଥର ଜନ୍ମ ନେଲେ ମଧ୍ୟ ପୁଣି ଅଭିନେତା ରଜନୀକାନ୍ତ ରୂପେ ଜନ୍ମ ନେବାକୁ ଚାହିଁବି।
ରଜନୀ କହିଲେ ‘ମୁଁ ଅତ୍ୟନ୍ତ ବିନମ୍ରତା ଓ କୃତଜ୍ଞତାର ସହ ଏଠାରେ ଉପସ୍ଥିତ ହୋଇଛି । ୫୦ ବର୍ଷର ମୋ କାମକୁ ପ୍ରଶଂସା ଓ ସମ୍ମାନ ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି । ମୁଁ ପଛକୁ ବୁଲି ଦେଖିଲେ ଲାଗୁଛି ଯେମିତି ମୁଁ କେବଳ ୧୦-୧୫ ବର୍ଷ କାମ କରିଛି । ଏହାର କାରଣ କେବଳ ମୋ ସିନେମା ଓ ଅଭିନୟ ପ୍ରତି ପ୍ରେମ । ଆପଣଙ୍କ ଭଲପାଇବା ଓ ସମ୍ମାନ ପାଇଁ ଧନ୍ୟବାଦ ।’
Powered by Froala Editor