ମାଓବାଦୀଙ୍କୁ ଚେତାବନୀ: ଆତ୍ମସମର୍ପଣ କଲେ ସମସ୍ତ ସହଯୋଗ ମିଳିବ, ନଚେତ୍ ଏନ୍କାଉଣ୍ଟର
ଭୁବନେଶ୍ବର: ଆତ୍ମସମର୍ପଣ କଲେ ସମସ୍ତ ସହଯୋଗ ମିଳିବ, ନଚେତ୍ ଏନ୍କାଉଣ୍ଟର ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଏସ୍ଏଫ୍ ଆଇଜି ଏସ୍.ଏ. ଶ୍ରୀବାସ୍ତବ ମାଓବାଦୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ଭିତରକୁ ଆନ୍ଧ୍ର ଏବଂ ଛତିଶଗଡ଼ ପଟୁ ମାଓବାଦୀ ପଶି ଆସୁଛନ୍ତି। ଏମାନଙ୍କ ଉପରେ ବିଏସ୍ଏଫ୍ ନଜର ରଖିଛି। କେକେବିଏନ ଅଞ୍ଚଳ ଉପରେ ବିଏସ୍ଏଫ୍ ବିଶେଷ ଗୁରୁତ୍ବ ଦିଆଯାଉଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ କରିବାକୁ ଅଭିଯାନ ଜାରି ରହିଛି। ପୁଲିସ, ସିଆର୍ପିଏଫ୍ ଓ ବିଏସ୍ଏଫ୍ ସମେତ ଗୁଇନ୍ଦା ଦଳ ମଧ୍ୟରେ ଉତ୍ତମ ସମନ୍ବୟରେ ମାଓ ନିପାତ ଅଭିଯାନ କରାଯାଉଛି।
ବିଏସ୍ଏଫ୍ ଆଇଜି କହିଛନ୍ତି, ଚଳିତବର୍ଷ ଓଡ଼ିଶାରେ ୧୯ ନକ୍ସଲ ନିହତ ହୋଇଛନ୍ତି। ୮ ଜଣ ଗିରଫ ହୋଇଥିବା ବେଳେ ୬ ଜଣ ଆତ୍ମସମର୍ପଣ କରିଛନ୍ତି। ୧୦ଟି ଆଇଇଡି, ୮ଟି ଅସ୍ତ୍ରଶସ୍ତ୍ର, ୬୪୦ଟି ଡେଟୋନେଟର, ୨ଟି ଗ୍ରେନେଡ଼, ୧୭୧ଟି ଜିଲୋଟିନ ଷ୍ଟିକ, ୧୪୮ଟି ଗୁଳି ଏବଂ ୨୬୦ ଗ୍ରାମ ବିସ୍ଫୋରକ ଜବତ କରାଯାଇଛି।
Powered by Froala Editor