ଓଡ଼ିଆ ଭାଷା ପରିବର୍ତ୍ତେ ବିଧାନସଭାରେ ବଙ୍ଗାଳି ଭାଷାରେ ଯୁକ୍ତିତର୍କ
ଭୁବନେଶ୍ୱର: ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏକ ଅଭିନବ ତଥା ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯେତେବେଳେ ବିଧାୟକମାନେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗାଳି ଭାଷାରେ ଯୁକ୍ତିତର୍କରେ ମାତିଥିଲେ।
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଡ୍ରପ୍-ଆଉଟ୍ ସମ୍ବନ୍ଧୀୟ ଆଲୋଚନା ସମୟରେ ଏହି ଘଟଣା ଘଟିଥିଲା। ବିରୋଧୀ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ସ୍ୱାଇଁ ବଙ୍ଗାଳି ଭାଷାରେ ଏକ ଢଗ କହି ସରକାରଙ୍କୁ ପ୍ରଶ୍ନ କରିଥିଲେ। “ଯଦି ହିସାବ କିତାବ ଠିକ ଅଛେ, ଛେଲେ ଡୁବଛେ କେନ’” (ଯଦି ହିସାବ ଠିକ୍ ଅଛି, ତେବେ ପିଲା କାହିଁକି ବୁଡ଼ୁଛନ୍ତି?)
ରଣେନ୍ଦ୍ର ସ୍ୱାଇଁଙ୍କ ବଙ୍ଗାଳିରେ କଟାକ୍ଷ ପରେ, ଶାସକ ଦଳ ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବଙ୍ଗାଳି ଭାଷାରେ ହିଁ ପାଲଟା ଜବାବ ଦେଇଥିଲେ।
Powered by Froala Editor