୪୩୦୦ କୋଟି ଟଙ୍କାରେ ବିକ୍ରି ହେଲା ପାକିସ୍ତାନ ଏୟାରଲାଇନ୍ସ
ପାକିସ୍ତାନର ଆର୍ଥିକ ସ୍ଥିତି ଏତେ ସଙ୍କଟରେ ପଡିଛି ଯେ ସିଏ ପିଆଇଏକୁ ବିକିବାକୁ ବାଧ୍ଯ ହୋଇଛି । ଏହାକୁ ଆରିଫ୍ ହବିବ ଗ୍ରୁପ୍ ୧୩୫ ବିଲିୟନ ବା ୪୩୦୦ କୋଟି ଟଙ୍କାରେ କିଣିଛି। ଏହା ସହ ପଡୋଶୀ ଦେଶ ମଙ୍ଗଳବାର ପିଏଆଇର ଘରୋଇକରଣ ପକ୍ରିୟା ସଫଳତାର ସହ ଶେଷ କରିଛି।
ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଭୟଙ୍କର ହେଲାଣି ଯେ, IMF ଏବଂ ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କ ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିବାରେ ବିଫଳ ହେଉଛି । ପରିସ୍ଥିତି ଏତେ ଖରାପ ହୋଇଛି ଯେ ଶାହବାଜ ସରିଫ ସରକାର ପାକିସ୍ତାନର ସରକାରୀ ବିମାନ କମ୍ପାନୀ PIAକୁ ୧୩୫ ବିଲିୟନ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଛି।
ସବୁଠାରୁ ବଡ଼ କଥା ଏହା ଯେ, ଏହି ଏୟାରଲାଇନ୍ସର ସାରା ଦୁନିଆରେ ଦବଦବା ରହିଥିଲା, କିନ୍ତୁ ଲଗାତାର ଖରାପ ମ୍ୟାନେଜମେଣ୍ଟ କାରଣରୁ ଏଭଳି ଖରାପ ଅବସ୍ଥାକୁ ଆସିଛି। ଏହାର କ୍ଷତି ମଧ୍ୟ ଖୁବ୍ ବଢିବାରେ ଲାଗିଥିଲା। ଏବେ ପାକିସ୍ତାନ ସରକାର ଏୟାରଲାଇନ୍ସକୁ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ରାଜଧାନୀ ଇସଲାମାବାଦରେ ଆୟୋଜିତ ଘରୋଇ କାର୍ଯ୍ୟକ୍ରମରେ ଏହାର ନିଲାମୀ ଡକାଯାଇଥିଲା। ଏଥିରେ ଆରିଫ୍ ହବିବ୍ ଗ୍ରୁପ୍, ଲକି ସିମେଣ୍ଟ ଓ ଘରୋଇ ଏୟାରଲାଇନ୍ସ ଏୟାରବ୍ଲୁ ସାମିଲ ହୋଇଥିଲେ।
ନିର୍ଦ୍ଧାରିତ ନିୟମ ଅନୁସାରେ, ଆରିଫ୍ ହବିବ ଗ୍ରୁପ୍ ଏହାକୁ କିଣିବାରେ ସଫଳ ହୋଇଥିଲା। ଶେହବାଜ ସରିଫ୍ ସରକାର ଆରମ୍ଭରୁ ପିଆଇଏରେ ୭୫ ପ୍ରତିଶତ ସେୟାର ବିକ୍ରି କରିଥିଲା। ସଫଳ ବିଡିଂ ପରେ ଶେଷରେ ୨୫% ସେୟାର ୯୦ ଦିନ ଭିତରେ କିଣିବାର ବିକଳ୍ପ ମିଳିବ। ନିୟମ ଅନୁସାରେ, ପ୍ରାରମ୍ଭିକ ବିକ୍ରିରୁ ମିଳୁଥିବା ଅର୍ଥ ୯୨.୫% ଏୟାରଲାଇନ୍ସରେ ପୁନଃ ନିବେଶ ପାଇଁ କରାଯିବ। ସେଭଳି ୭.୫ ପ୍ରତିଶତ ଅର୍ଥ ସରକାରଙ୍କୁ ମିଳିବ।
Powered by Froala Editor