ଧାନକିଣା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଚେତାବନୀ ଦେଲେ ବିରୋଧୀ ଦଳ
ଭୁବନେଶ୍ଵର : ବିଧାନସଭାର ଶୂନ୍ୟକାଳରେ ଉଠିଲା ଧାନ ସଂଗ୍ରହ ପ୍ରସଙ୍ଗ। ଧାନ କିଣା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଚେତାବନୀ ଦେଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ। ସେ କହିଛନ୍ତି ଯେ, ୨୫ ତାରିଖରୁ ଧାନ କିଣା ଆରମ୍ଭ ହୋଇଥିବା କଥା ସରକାର କହୁଥିଲେ ବି ଏଯାଏ ଗୋଟେ ବସ୍ତା ଧାନ ବି ଉଠି ପାରିନି। ମିଲରଙ୍କୁ ମାର୍କେଟ ୟାଡ ଆଲର୍ଟ ହୋଇନି। ଷ୍ଟୋରେଜ ପାଇଁ ଜାଗା ନାହିଁ, ଚାଷୀ ପଞ୍ଜିକରଣ କରି ପାରୁନାହାନ୍ତି। ତୁରନ୍ତ ଯୋଗାଣ ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ସ୍ଥିତି ଯାଞ୍ଚ କରନ୍ତୁ। ୨୮ ତାରିଖ ହେଲାଣି କିନ୍ତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇନାହିଁ।
Powered by Froala Editor