Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, December 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ...

  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

  • ଦୀପାବଳିକୁ ୟୁନେସ୍କୋରେ ସାମିଲ

  • ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍

  • ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ

  • ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ...

  • ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ...

  • ସ୍ମୃତିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ

  • ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ...

  • ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ...

ଖେଳ ଖବର
Home ›› ଖେଳ ଖବର ››ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

2025-11-27 16:56:07
14686
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର, ୨୭ ନଭେମ୍ବର, ୨୦୨୫ :  ଆସନ୍ତା ଡିସେମ୍ବର ମାସ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍‌, ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ।

ଓଡ଼ିଶାରେ ଚତୁର୍ଥ ଥର ପାଇଁ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। 

ଆଜି କଳିଙ୍ଗ ଷ୍ଟାଡ଼ିୟମ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟର ଆୟୋଜନ ସମ୍ବନ୍ଧରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।


ଚଳିତ ବର୍ଷ ୨୨ଟି ଦେଶ - ଭାରତ, ଫିନଲ୍ୟାଣ୍ଡ, ହଙ୍ଗକଙ୍ଗ ଚାଇନା, ଶ୍ରୀଲଙ୍କା, ମ୍ୟାଲେସିଆ, ଇଜରେଲ, ଜାପାନ, ସ୍ପେନ୍‌, ଇଜିପ୍ଟ, ଇଣ୍ଡୋନେସିଆ, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଥାଇଲାଣ୍ଡ, ବଲଗେରିଆ, ଚାଇନିଜ-ତାଇପେଇ, ୟୁଏଇ, ଉଗାଣ୍ଡା, ସାଉଦି ଆରବିଆ, ଭେନେଜୁଆଲା, ରସିଆ, ବାଙ୍ଗଲାଦେଶର କ୍ରୀଡ଼ାବିତ୍‌ମାନେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ କରିବେ। ୨୨ଟି ଦେଶରୁ ୪୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ପୁରୁଷ ସିଙ୍ଗଲସ୍‌

(Men's Singles), ମହିଳା ସିଙ୍ଗଲସ୍‌ (Women's Singles) ପୁରୁଷ ଡ଼ବଲସ୍‌ (Men's Doubles) ମହିଳା ଡ଼ବଲସ୍ (Women's Doubles) ଏବଂ ମିକ୍ସଡ଼ ଡ଼ବଲସ୍ (Mixed Doubles) କ୍ୟାଟାଗୋରୀରେ ଆୟୋଜିତ ହେବ। ବିଶ୍ୱର ଟପ୍ ରାଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ଖେଳାଳୀମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ବୋଲି ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।


ଏଥିସହ ଡ଼ିସେମ୍ବର ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ୩୭ତମ ଜାତୀୟ ସବ ଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍‌ର ଆୟୋଜନ କଳିଙ୍ଗ ଷ୍ଟାଡ଼ିୟମ ଠାରେ କରାଯିବ। ଅଣ୍ଡର-୧୫ ଓ ଅଣ୍ଡର-୧୭ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ସାରା ଦେଶରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୭୫୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ଅଣ୍ଡର-୧୫ ଓ ଅଣ୍ଡର-୧୭ ଟିମ୍‌ରେ ମୋଟ ୨୫ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।


ବିଗତ ଦିନରେ ଓଡ଼ିଶାରେ ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ଏବଂ ଏସିଆନ ଟେବୁଲ ଟେନିସ ଚାମ୍ପିୟନସିପ ଭଳି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ସଫଳତାର ସହ କରାଯାଇଛି। ବିଭିନ୍ନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଓଡ଼ିଶା ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ସହ ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।


ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ର ସଭାପତି ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି ଯେ, ଓଡ଼ିଶାରେ ଏହି ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବା ଆମ ପାଇଁ ଗର୍ବର ବିଷୟ। ଏହା ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରତିଭାମାନଙ୍କୁ ପ୍ରେରିତ କରିବ। ବିଭିନ୍ନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ବିଶ୍ୱକ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି  କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି।


ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ମାଷ୍ଟର୍ସ ୨୦୨୫ ଟୁର୍ଣ୍ଣାମେଣ୍ଟ ଆୟୋଜନ ଏବଂ ବ୍ୟାଡ଼ମିଣ୍ଟନ ଖେଳର ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦିଷ୍ଟ ଏକ ପ୍ରଚାର ଭ୍ୟାନକୁ ପତାକା ଦେଖାଇ ମନ୍ତ୍ରୀ ଶ୍ରୀ ସୂରଜ ଏହାର ଶୁଭାରମ୍ଭ କରିଥିଲେ। ଏଥିସହ ଓଡ଼ିଶା ମାଷ୍ଟର୍ସ ୨୦୨୫ ଟୁର୍ଣ୍ଣାମେଣ୍ଟର ଲୋଗୋ ଉନ୍ମୋଚିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟ ମାସ୍କଟ "ଓଲି" ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ କ୍ରୀଡ଼ା ପ୍ରଶଂସକମାନଙ୍କୁ ଉତ୍ସାହିତ କରିଥିଲେ।

Powered by Froala Editor

Tags Odisha Masters

Related articles Odisha News Lens 4.1

  • ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ
    ଖେଳ ଖବର

    ବାରବାଟୀରେ ବଡ଼ ବିଜୟ, ଜିତିଲା ଭାରତ

    13724
    Dec 09, 2025
  • ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ବୁଧୁବାର
    ଦେଶ-ଦେଶାନ୍ତର

    ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ବୁଧୁବାର

    15659
    Dec 09, 2025
  • ଦୀପାବଳିକୁ ୟୁନେସ୍କୋରେ ସାମିଲ
    ଦେଶ-ଦେଶାନ୍ତର

    ଦୀପାବଳିକୁ ୟୁନେସ୍କୋରେ ସାମିଲ

    15054
    Dec 10, 2025
  • ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍
    ଦେଶ-ଦେଶାନ୍ତର

    ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍

    15504
    Dec 10, 2025
  • ସ୍ମୃତିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ
    ଦେଶ-ଦେଶାନ୍ତର

    ସ୍ମୃତିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ

    15288
    Dec 09, 2025
  • ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'
    ଦେଶ-ଦେଶାନ୍ତର

    ଅନନ୍ତ ଅମ୍ବାନୀଙ୍କୁ 'ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର'

    15027
    Dec 10, 2025
  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    13968
    Dec 10, 2025
  • ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମି
    ଦେଶ-ଦେଶାନ୍ତର

    ବିଳାସପୂର୍ଣ୍ଣ କାର ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମି

    14718
    Dec 09, 2025
  • ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ବିଲିୟନ ଆମେରିକୀୟ ଡଲାର ନିବେଶ
    ଦେଶ-ଦେଶାନ୍ତର

    ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ବିଲିୟନ ଆମେରିକୀୟ ଡଲାର ନିବେଶ

    14479
    Dec 09, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତରେ AI ପାଇଁ ମାଇକ୍ରୋସଫ୍ଟର ୧୭.୫ ବିଲିୟନ ଆମେରିକୀୟ ଡଲାର ନିବେଶ

    14479
    Dec 09, 2025
  • ଦେଶ-ଦେଶାନ୍ତର

    ଆଉ ଜଣେ ମୀରା...କୃଷ୍ଣଙ୍କୁ ସ୍ୱାମୀ ଭାବେ ବିବାହ କଲେ

    14475
    Dec 09, 2025
  • ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    13968
    Dec 10, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17095
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17187
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17530
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16004
    Apr 03, 2021

ବିଶେଷ

  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    15800
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13653
    Dec 09, 2025
  • ଚିନି ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ହୋଇଥାଏ ଜାଣନ୍ତୁ...

    15919
    Dec 08, 2025
  • ରାତିରେ ଶୋଇବା ପୂର୍ବରୁ କେତେବେଳେ ପଇବେ ପାଣି

    15851
    Dec 06, 2025
  • କଦଳୀ ଚୋପାରେ ଲୁଚି ରହିଛି ମହିଳାଙ୍କ ସୌନ୍ଦର୍ଯ୍ୟ

    15735
    Dec 05, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15127
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14231
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14858
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15094
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍

    15504
    Dec 10, 2025
  • ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ବୁଧୁବାର

    15659
    Dec 09, 2025
  • ଦିଲ୍ଲୀର ଏହି ସ୍କୁଲକୁ ପୁଣି ଥରେ ବୋମା ଧମକ

    13968
    Dec 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In