ଓଟିଇଟି ଆବେଦନ ୨୭ ଯାଏଁ ବୃଦ୍ଧି
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ଆବେଦନ ଅବଧି ବୃଦ୍ଧି ପାଇଛି। ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ପୂର୍ବରୁ ନଭେମ୍ବର ୨୫ ତାରିଖ ଯାଏ ଆବେଦନର ଅବଧି ରହିଥିଲା;କିନ୍ତୁ ୱେବସାଇଟ୍ରେ ତ୍ରୁଟି ଦେଖିବାକୁ ମିଳିଥିଲା। ଆଶାୟୀମାନେ ଆବେଦନ କରୁଥିଲେ ମଧ୍ୟ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହୁଥିଲା। ଏପରିକି ୱେବସାଇଟ୍ ଖୋଲୁନଥିଲା। ଯେଉଁଥି ପାଇଁ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ବୋର୍ଡ କର୍ତ୍ତୃପକ୍ଷ ଅବଧି ବୃଦ୍ଧି କରିଛନ୍ତି।
Powered by Froala Editor