ପ୍ରମୁଖ ରାସ୍ତାରେ ପାର୍କିଂ ନିଷେଧ
ରାଜଧାନୀର ପ୍ରମୁଖ ରାସ୍ତାରେ ବେଆଇନ ଭାବରେ ଗାଡ଼ି ଗୁଡ଼ିକ ପାର୍କିଂ କରୁଛନ୍ତି । ଏହାଦ୍ଵାରା ସହରରେ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟିବା ସହ ବିଭିନ୍ନ ଛକରେ ଭିଡ଼ ସୃଷ୍ଟି ହେଉଛି। ଏହାକୁ ଆଖି ଆଗରେ ରଖି କମିଶନରେଟ୍ ପୁଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି ।
ଓଡ଼ିଶା ସହରାଞ୍ଚଳ ପୁଲିସ (OUP)ଆଇନ,୨୦୦୩ ଅନୁଯାୟୀ ଲାଗୁ ହୋଇଥିବା ଏହି କଟକଣାଗୁଡ଼ିକର ଲକ୍ଷ୍ୟ ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଏବଂ ଦୁର୍ଘଟଣା ରୋକିବା। ଅନିୟମିତ ପାର୍କିଂ ଯୋଗୁ ରାସ୍ତାରେ ଭିଡ଼ ହେଉଛି। ଫଳରେ ଯାନବାହାନ ଚଳାଚଳରେ ବାଧା ହୋଇ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଟ୍ରାଫିକ ଶୃଙ୍ଖଳା ବଜାୟ ରଖିବା ଏବଂ ଅସୁବିଧା ଏଡାଇବା ପାଇଁ ପୁଲିସ ନାଗରିକମାନଙ୍କୁ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି।
ସହରର ଥିବା ପ୍ରମୁଖ ରାସ୍ତା –
ରାଜମହଲରୁ ଜୟଦେବ ବିହାର ଦେଇ କଳାରାହାଙ୍ଗ
ଏୟାରପୋର୍ଟରୁ ନାଲ୍କୋ ଛକ
ଶିଶୁଭବନଛକ ରୁ ରାଜମହଲ
ଶ୍ରୀୟା ରୁ ପିଏଚ୍ଡ଼ି ଛକ
ମାଣ୍ଟରକ୍ୟାଣ୍ଟିନ ରୁ ବାଣୀବିହାର
ରସୁଲଗଡ଼ ରୁ ଜୟଦେବ ବିହାର
ଗୋପବନ୍ଧୁଛକ ଠାରୁ କଳ୍ପନା
କଳାରାହାଙ୍ଗା ଛକ ଠାରୁ ନନ୍ଦନକାନନ
ସିଆର୍ ପି ଠାରୁ ୟୁନିଟ୍-୮ ଡ଼ିଏଭିସ୍କୁଲ
ଫାୟାର ଷ୍ଟେସନ ଠାରୁ ସିଟି କଲେଜ
ଖଣ୍ତଗିରି ଠାରୁ ପୋଖରୀପୁଟ
ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ ଦେଇ ସାଇ ମନ୍ଦିର ଛକ ପର୍ଯ୍ୟନ୍ତ
Powered by Froala Editor