ବଡ଼ିଦନରେ ମୁକ୍ତିଲାଭ କରିବ ଧର୍ମେନ୍ଦ୍ରଙ୍କ ଫିଲ୍ମ ‘ଇକ୍କିସ’
ବଲିଉଡର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ହୋଇଥିଲା। ହେଲେ ପରିବାର ଲୋକେ ସେ ଜୀବିତ ଥିବା ସ୍ପଷ୍ଟ କରିଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା।
ଘରେ କିଛି ଦିନ ପରିବାର ଲୋକଙ୍କ ସହିତ ସମୟ ବିତାଇବା ପରେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଆସନ୍ତା ଡିସେମ୍ବର ୨୫ ବଡ଼ିଦନରେ ଧର୍ମେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ‘ଇକ୍କିସ’ ମୁକ୍ତିଲାଭ କରିବ । ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ହୋଇଛି । ଏହି ଫିଲ୍ମରେ ଧର୍ମେନ୍ଦ୍ର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦଙ୍କ ପିତା ଭୂମିକାରେ ଅଭିନୟ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ସୁପରହିଟ୍ ପାରିବାରିକ ଚଳଚ୍ଚିତ୍ର "ଅପ୍ନେ’ର ସିକ୍ୱେଲ "ଅପ୍ନେ -୨’ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ତାଙ୍କ ପୁଅ ସନି ଦେଓଲ ଏବଂ ବବି ଦେଓଲ ଏବଂ ନାତି କରଣ ଦେଓଲ ମଧ୍ୟ ଅଭିନୟ କରିଛନ୍ତି ।
ବଲିଉଡ୍ ଜଗତରେ ଦୀର୍ଘ ବର୍ଷ ହେବ ନିଜର ଅଭିନୟ ଯାଦୁରେ ଧର୍ମେନ୍ଦ୍ର କୋଟି କୋଟି ପ୍ରଶଂସକଙ୍କୁ ବାନ୍ଧି ରଖିଥିଲେ । ନଭେମ୍ବର ୧୦ରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇ ପଡ଼ିଥିଲା । ଏପରିକି ତାଙ୍କର ଦେହାନ୍ତ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଏହି ଗୁଜବକୁ ଝିଅ ଈଶା ଦେଓଲ ଏବଂ ପତ୍ନୀ ହେମା ମାଳିନୀ ମିଛ ବୋଲି ସ୍ପଷ୍ଟ କରିଥଲେ । ହେଲେ ଆଜି ସବୁ ସଂପର୍କକୁ ପଛକୁ ଠେଲି ଧର୍ମେନ୍ଦ୍ର ଆରପାରିକୁ ଚାଲିଗଲେ ।
Powered by Froala Editor