ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟଣା: ଗିରଫ ହେଲେ ଜମି ମାଲିକାଣୀ
ନୀଳଗିରି: ବିଦ୍ୟୁତ କରେଣ୍ଟ ଖାଇ ବାଲେଶ୍ୱର ଜିଲା ନୀଳଗିରି ସହରର ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟଣାରେ ନୀଳଗିରି ପୁଲିସ ଫେରାର ଥିବା ସମ୍ପୃକ୍ତ ଜମି ମାଲିକାଣୀଙ୍କୁ ରେମୁଣା ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୨୧ତାରିଖ ସକାଳେ ନୀଳଗିରି ସାନଅତା ଅଞ୍ଚଳର ପୁରୁଷୋତ୍ତମ ଦାସଙ୍କ ଏକମାତ୍ର ପୁଅ ଚିମ୍ପୁ ଓରଫ ତାପସ ଫୁଲ ତୋଳିବାକୁ ଯାଇଥିଲେ । ସେ ଉକ୍ତ ବାଡ଼ିରୁ କିଛି ଗେଣ୍ଡୁଫୁଲ ତୋଳି ପଲିଥିନରେ ସଂଗ୍ରହ କରିଥିବା ବେଳେ କନିଅର ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ତାଙ୍କର ପ୍ରାଣହାନୀ ଘଟିଥିଲା । ଫେରାର ଥିବା ଜମି ମାଲିକାଣୀ କୁନା ରାଉତଙ୍କୁ ରବିବାର ନୀଳଗିରି ପୁଲିସ ରେମୁଣା ସୂତେଇ ବଡ଼ଗାଁ ନିକଟରୁ ଜଣେ ସମ୍ପର୍କୀୟଙ୍କ ଘରୁ ଗିରଫ କରିଥିଲା ।
Powered by Froala Editor