ଦିଲ୍ଲୀରେ ଘରେ ରହି କାମ କରିବେ ୫୦ ପ୍ରତିଶତ କର୍ମଚାରୀ
ଦିଲ୍ଲୀରେ କ୍ରମାଗତ ଭାବରେ ବାୟୁ ଗୁଣବତ୍ତା ହ୍ରାସ ପାଉଥିବାରୁ, ରେଖା ଗୁପ୍ତାଙ୍କ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଛି, ଏବଂ ନୋଏଡାର AQI ମଧ୍ୟ ୪୦୦ ରେ ପହଞ୍ଚିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଘରୁ କାମ କରିବାକୁ ନିର୍ଦେଶ ଦିଆଯାଇଛି। ବେସରକାରୀ ଅଫିସ ମାନଙ୍କରେ ୫୦ ପ୍ରତିଶତ ଘରେ ରହି କାମ କରିବା ଲାଗି ନିର୍ଦେଶ ରହିଛି।
ବାୟୁ ଗୁଣବତ୍ତା ପରିଚାଳନା କମିଶନ (CAQM)ର ମାର୍ଗଦର୍ଶିକା ଅନୁଯାୟୀ, ଘରୋଇ କାର୍ଯ୍ୟାଳୟ ଗୁଡ଼ିକୁ କେବଳ ୫୦ % କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବାକୁ କୁହାଯାଇଛି । ଅନ୍ୟ ମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦିଆଯାଇଛି। ବାୟୁ ଗୁଣବତ୍ତାର ଅବନତିକୁ ରୋକିବା ପାଇଁ ସରକାର ବିଭିନ୍ନ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି।
ସୂଚନାଥାଉକି, ରାଜଧାନୀ ଦିଲ୍ଲୀ ଏବେ GRAP-III ପର୍ଯ୍ୟାୟରେ ଅଛି, ଯାହା ଯୋଗୁଁ ଅନେକ କଟକଣା ପୂର୍ବରୁ ଲାଗୁ ହୋଇଛି। ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା କହିଛନ୍ତି କି, "GRAP-III ସମୟରେ, ଦିଲ୍ଲୀ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ନେଉଛନ୍ତି ।
Powered by Froala Editor