ନଦୀରୁ ଉଦ୍ଧାର ହେଲା ନର କଙ୍କାଳ
ବଲାଙ୍ଗିର: ବଲାଙ୍ଗିର ଜିଲା ସଦର ଥାନା କୁମିଆପାଲି ଗାଁ ସୁକତେଲ ନଦୀରୁ ପୁଲିସ ଏକ ନର କଙ୍କାଳ ଉଦ୍ଧାର କରିଛି । ଗ୍ରାମବାସୀଙ୍କ ପାଖରୁ ଖବର ପାଇ ସଦର ପୁଲିସ ନରକଙ୍କାଳ ଉଦ୍ଧାର କରିଛି । ଉଦ୍ଧାର କଙ୍କାଳ କାହାର ତାହା ଅସ୍ପଷ୍ଟ ରହିଛି ଓ ପ୍ରାୟ ୨ମାସ ତଳେ ନିଖୋଜ ଥିବା ବଲାଙ୍ଗିର ଜିଲା ଲରମ୍ଭା ଥାନା ଫଟାମୁଣ୍ଡା ଗାଁର ପ୍ରଶାନ୍ତ ଡୁଡୁକାଙ୍କ ହୋଇଥିବା ପୁଲିସ ସନ୍ଦେହ କରିଛି ।
ଦୁଇ ମାସ ତଳେ ଗାଁ ସୁକତେଲ ନଦୀକୁ ଗାଧୋଇବାକୁ ଯାଇ ପ୍ରଶାନ୍ତ ନିଖୋଜ ରହିଥିଲେ ଓ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ବଲାଙ୍ଗିର ସଦର ଥାନା କୁମିଆପାଲି ନଦୀରୁ ଉଦ୍ଧାର ହୋଇଥିବା କଙ୍କାଳ ନିଖୋଜ ଥିବା ପ୍ରଶାନ୍ତଙ୍କ ହୋଇଥିବା ନେଇ ପୁଲିସ ସନ୍ଦେହ କରୁଛି ।
Powered by Froala Editor