କ୍ରିକେଟ ପଡ଼ିଆରେ ପ୍ରପୋଜ ସ୍ମୃତିଙ୍କ ଆଖିରେ ଲୁହ
ଭାରତୀୟ କ୍ରିକେଟର ସ୍ମୃତି ମନ୍ଧାନା ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହକୁ ନେଇ ଖୁବ ଉତ୍ସାହିତ ରହିଛନ୍ତି ସ୍ମୃତି। ନଭେମ୍ବର ୨୩ ତାରିଖରେ ସ୍ମୃତି ମନ୍ଧାନାଙ୍କ ବିବାହ ପଲାଶ ମୁଛଲଙ୍କ ସହିତ ସ୍ଥିର ହୋଇଛି। ଏଭଳି ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଲୋକେ ଖୁବ ଭଲପାଇବା ଦେଉଛନ୍ତି।
ମହିଳା କ୍ରିକେଟର ଏହି ଭିଡିଓକୁ ପଲାଶ ମୁଛଲ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ପଲାଶ ତାଙ୍କ ପ୍ରେମିକା ସ୍ମୃତି ମନ୍ଧାନାଙ୍କୁ ମୁମ୍ବାଇର ଡିୱାଈ ପାଟିଲ ଷ୍ଟାଡିୟମରେ ଆଣ୍ଠୁ ମାଡ଼ି ଗୋଲାପ ଫୁଲର ଗୁଚ୍ଛ ସହିତ ଏକ ହୀରା ମୁଦି ପ୍ରଦାନ କରି ପ୍ରପୋଜ୍ କରୁଥିବାର ଦେଖିବାକୁ ମିଳୁଛି। ପଡ଼ିଆ ମଝିରେ ପଲାଶଙ୍କ ଏଭଳି ଭଲ ପାଇବା ଓ ସରପ୍ରାଇଜ ଦେଖି ମହିଳା କ୍ରିକେଟର ସ୍ମୃତିଙ୍କ ଆଖିରେ ଲୁହ ଭରି ଯାଇଥିଲା।
ପଲାଶ ଓ ମନ୍ଧାନା ୨୦୧୯ରୁ ପରସ୍ପରକୁ ଡେଟ କରି ଆସୁଛନ୍ତି। ସେମାନଙ୍କୁ ଅନେକ ଥର ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ସାମିଲ ହେବାର ଦେଖିବାକୁ ମିଳିଛି। ବିବାହ ତାରିଖ ନିଶ୍ଚିତ ହୋଇଥିବା ବେଳେ ସ୍ମୃତି ତାଙ୍କ ବିବାହ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିସାରିଛନ୍ତି।
Powered by Froala Editor