ଘୂର୍ଣ୍ଣିବଳୟ ନେଲା ଲଘୁଚାପ ରୂପ
ଭୁବନେଶ୍ୱର: ମାଲେସିଆ ପାଖ ମାଲାକ୍କା ସମୁଦ୍ର ସନ୍ଧି (ଷ୍ଟ୍ରେଟ୍ ଅଫ୍ ମାଲାକ୍କା) ନିକଟରେ ସୃଷ୍ଟ ଘୂର୍ଣ୍ଣିବଳୟ ନେଲା ଲଘୁଚାପ ରୂପ । ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତରେ ପରିଣତ ହେବା ସମ୍ଭାବନା ଅଛି । ତା’ପରେ ଆହୁରି ଘନୀଭୂତ ହୋଇପାରେ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ତେବେ ଆସନ୍ତା ୨୬/୨୭ ଯାଏଁ ଓଡ଼ିଶାରେ ବର୍ଷା ନେଇ କୌଣସି ପୂର୍ବାନୁମାନ ଦିଆଯାଇନାହିଁ । ସେପଟେ ଶ୍ରୀଲଙ୍କା ଉପକୂଳ ନିକଟରେ ଆଉ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆଗକୁ ଅଧିକ ଘନୀଭୂତ ହୋଇପାରେ ଆକଳନ କରାଯାଇଛି।
Powered by Froala Editor