ବଢିଲା ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ଅଡ଼ୁଆ, ବଲାଙ୍ଗୀର ଟାଉନ ଥାନାରେ ଏତଲା
ଭୁବନେଶ୍ଵର: ବଢିଲା ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ଅଡ଼ୁଆ। ଫସିବେ ୨ ମ୍ୟାନେଜର। ଥାନାରେ ପହଞ୍ଚିଲା କଥା। ବଲାଙ୍ଗୀର ଟାଉନ ଥାନାରେ ଏତଲା। ହ୍ୟୁମାନ ସାଗରଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ଵେ ତାଙ୍କୁ ଜୋର ଜବରଦସ୍ତି କାମ କରାଇ ତାଙ୍କୁ ପ୍ରାୟୋଜିତ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ହ୍ୟୁମାନ ସାଗରଙ୍କ ମା'ଙ୍କୁ ଦୁର୍ବ୍ୟବହାର କରି ଅପଶବ୍ଦ ବ୍ୟବହାର କରାଯାଇଥିବା ଏତଲାରେ ଦର୍ଶାଯାଇଛି। ବଲାଙ୍ଗୀର ସାମାଜିକ ଓ କୋଶଳ ସଂଗଠନ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି।
ସୂଚନାନୁଯାୟୀ, ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କ ମା' ଶେଫାଳି ସୁନା ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ପୁଅ ମୃତ୍ୟୁ ପଛରେ ୩ ଜଣଙ୍କୁ ଦାୟୀ କରିଥିଲେ। ହ୍ୟୁମାନଙ୍କ ମରିବା ପଛରେ ତାଙ୍କର ଦୁଇ ମ୍ୟାନେଜର ଓ ଅନ୍ୟ ଜଣେ ଯୁବତୀଙ୍କ ହାତ ଥିବା କହିଥିଲେ। ହ୍ୟୁମାନଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ଵେ ତାଙ୍କୁ ଷ୍ଟେଜ୍ ସୋ କରାଉଥିବା କହିଥିଲେ। ଏହାକୁ ନେଇ ଏମ୍ସ ହସ୍ପିଟାଲ ବାହାରେ ତୁମୁଳ କାଣ୍ଡ ଦେଖିବାକୁ ମିଳିଥିଲା।
Powered by Froala Editor