ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ
ବଲିଉଡ ଅଭିନେତ୍ରୀ ସୋନମ କପୁର ତାଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଛନ୍ତି। ସୋନମ ତାଙ୍କ ଇନଷ୍ଟାଗ୍ରାମରେ ବେବି ବମ୍ପ ଲୁକ୍ ଫଟୋ ସେୟାର କରି ଖୁସି ଖବର ଦେଇଛନ୍ତି । ଯାହା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଉଛନ୍ତି । ତାଙ୍କର ପୋଷ୍ଟ ଭାଇରାଲ ହେବାରେ ଲାଗିଛି।
ସୋନମ କପୁର ଗୋଲାପୀ ପୋଷାକରେ ଅନେକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କର ବେବି ବମ୍ପକୁ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳୁଛି। ସୋନମ ବହୁତ ଷ୍ଟାଇଲିସ ଢଙ୍ଗରେ ତାଙ୍କ ଗର୍ଭବତୀ ହେବାର ଘୋଷଣା କରିଛନ୍ତି। ଫଟୋଗୁଡ଼ିକୁ ଶେୟାର କରି ସୋନମ ଏକ ଚୁମ୍ବନ ଇମୋଜି ସହିତ କ୍ୟାପସନରେ ଲେଖିଛନ୍ତି, “ମା”। ସେ ପୋଷ୍ଟରେ ଆନନ୍ଦ ଆହୁଜାଙ୍କୁ ଟ୍ୟାଗ କରିଛନ୍ତି। ସୋନମଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଛନ୍ତି।
ପ୍ରକାଶ ଥାଉକି, ସୋନମ ଆନନ୍ଦଙ୍କୁ ୨୦୧୮ ମସିହା ମେ ୮ ତାରିଖରେ ବିବାହ କରିଥିଲେ । ଯାହାପରେ ସେମାନେ ୨୦୨୨ ଅଗଷ୍ଟରେ ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହୋଇଥିଲେ । ସୋନମଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ 'ନୀରଜା', 'ରାଞ୍ଝାନା', 'ବୀରେ ଦ ୱେଡିଂ' ଏବଂ 'ଦିଲ୍ଲୀ ୬' ଭଳି ଫିଲ୍ମ ମାଧ୍ୟମରେ ହୃଦୟ ଜିତିଛନ୍ତି । ପୁଅ ଜନ୍ମ ହେବା ପରେ, ସେ ତାଙ୍କ ପରିବାର ସହ ସମୟ ବିତାଇବା ପାଇଁ ଚଳଚ୍ଚିତ୍ରରୁ ବିରତି ନେଇଥିଲେ । ତାଙ୍କୁ ଶେଷ ଥର ପାଇଁ ୨୦୨୩ ରେ କ୍ରାଇମ୍ ଥ୍ରୀଲର୍ 'ବ୍ଲାଇଣ୍ଡ'ରେ ଦେଖିବାକୁ ମିଳିଥିଲା ।
Powered by Froala Editor