ମାଡ଼ିଆସୁଛି ଲଘୁଚାପ
ବଙ୍ଗୋପସାଗରରୁ ପୁଣି ମାଡ଼ିଆସୁଛି ଲଘୁଚାପ। ଶନିବାର ଅର୍ଥାତ୍ 22 ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ପୂର୍ବାନୁମାନ ଥିବାରୁ ବାତ୍ୟାକୁ ନେଇ ବି ଘନେଇଲାଣି ଆଶଙ୍କା। ସଂକେତ ମିଳିଲେ ସୂଚନା ଦିଆଯିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ ବଙ୍ଗୋପସାଗର ଦକ୍ଷିଣ ପୂର୍ବ ମାଲାକ୍କା ପ୍ରଣାଳୀରେ ୟା ଭିତରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସାରିଲାଣି। ଧିରେ ଧିରେ ଏହା ଅଧିକ ବଳ ଗୋଟାଇ ଆଗକୁ ବଢିବା ସହ ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ୨୪ ତାରିଖ ବେଳକୁ ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ଆହୁରି ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେସନ୍ ଯାଏଁ ଯିବାର ବି ସମ୍ଭାବନା ରହିଛି।
Powered by Froala Editor