ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଆଜିଠୁ
ପୁରୀ : ବୁଧବାରଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ । ମାର୍ଗଶୀର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅର୍ଥାତ ଆଜି ଠାରୁ ତିନିଦିନ ଧରି ଦେବ ଦୀପାବଳୀ ନୀତି ପାଳନ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ।
ଚତୁର୍ୟୁଗରେ ଜନ୍ମ ହୋଇଥିବା ସ୍ମୃତିରେ ନିଜର ମାତାପିତାଙ୍କୁ ଶ୍ରଦ୍ଧାରେ ଶ୍ରାଦ୍ଧ ଅର୍ପଣ କରିଥାନ୍ତି। ବାମନ, ପର୍ଶୁରାମ, ରାମ, ବଳରାମ, କୃଷ୍ଣ, ଜଗନ୍ନାଥ ଓ ସ୍ଵୟଂ ପୁରୁଷୋତ୍ତମ ଚତୁର୍ଦ୍ଧା ମୂର୍ତ୍ତି ରୂପେ ନିଜର ପିତା ମାତାଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି। ମହାପ୍ରଭୁ ତିନି ଦିନରେ ନିଜ ସହଧର୍ମିଣୀ ମାନଙ୍କ ସଙ୍ଗେ ନିଜ ପିତାମାତାଙ୍କ ସ୍ମୃତିରେ ଦେବ ଦୀପାବଳୀ ପାଳନ କରିଥାନ୍ତି। ଶ୍ରୀମନ୍ଦିର ଅନନ୍ୟ ପରମ୍ପରାରେ ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିତ୍ୟ ମାନବୀୟ ଲୀଳା କାରୁଛନ୍ତି। ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ , ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ୩ ଦିନ ଦୀପଦାନ କରିଥାନ୍ତି। ଏହି ପିତୃପୁରୁଷଙ୍କ ମଧ୍ୟରେ ଅଦିତି-କଚ୍ଛପ,ଦଶରଥ-କୋଶଲ୍ୟା-କୈକୟୀ-ସୁମିତ୍ରା , ନନ୍ଦ-ଯଶୋଦା , ବସୁଦେବ-ଦେବକୀ ଓ ରାଜା ଇନ୍ଦ୍ରଦ୍ୟୁମ୍ନ- ରାଣୀ ଗୁଣ୍ଡିଚାଙ୍କ ଉଦେଶ୍ୟରେ ଦୀପଦାନ କରାଯାଇଥାଏ।
Powered by Froala Editor