ପ୍ଲାଷ୍ଟିକ୍ ଖେଳନା ନେଲା ଶିଶୁ ଜୀବନ
ଭୁବନେଶ୍ୱର : ପ୍ଲାଷ୍ଟିକ୍ ଖେଳନା ନେଲା ଜୀବନ। ମସଲା ଚିପସ୍ ଭିତରେ ଥିବା ପ୍ଲାଷ୍ଟିକ୍ ଖେଳନା ଗିଳି ଶିଶୁ ମୃତ। ମୃତ ଶିଶୁ ଜଣକ ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବୋଲି ଜଣାପଡିଛି।
ସୂଚନା ମୁତାବକ, ଅସାବଧାନତା ବଶତଃ ପ୍ଲାଷ୍ଟିକ୍ ଖେଳନା ଶିଶୁର ତଣ୍ଟିରେ ଅଟକିଯାଇଥିଲା । ଫଳରେ ନିଶ୍ବାସ ପ୍ରଶ୍ବାସ ନେବାରେ ଶିଶୁଟିକୁ କଷ୍ଟ ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଦାରିଙ୍ଗବାଡ଼ି ହସ୍ପିଟାଲରେ ପରିବାର ଲୋକ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
Powered by Froala Editor