‘ରକ୍ତ ଗୋଲାପ’ରେ ପ୍ରେମ ଓ ତ୍ୟାଗର ଲଢେଇ
ଚର୍ଚ୍ଚିତ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି, ଯେଉଁଥିରେ ନାୟିକା ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି। ପ୍ରେମ ଓ ତ୍ୟାଗର ନ୍ୟାୟିକ ଲଢେଇ ଉପରେ ପର୍ଯ୍ୟବସିତ ଏହାର କାହାଣୀ। ଜଣେ ନାରୀ କିଭଳି ନିଜ ପରିବାରର ସୁରକ୍ଷା ପାଇଁ ଏକ ବଡ ଆହ୍ୱାନକୁ ଗ୍ରହଣ କରିନିଏ ଏଥିରେ ତାର ନିଛକ ଅବତାରଣା ରହିଛି।
ଏଲିନାଙ୍କ ବ୍ୟତୀତ ଅଭିଷେକ ଗିରି, ସମରେଶ ରାଉତରାୟ, ଚୌଧୁରୀ ଜୟପ୍ରକାଶ ଦାସ, ହର ରଥ ଓ ଉଦିତ ଗୁରୁଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ପୋଷ୍ଟର ଟି ସୁଦୃଶ୍ୟ ହେବା ସହ ଆକର୍ଷଣୀୟ ହୋଇପାରିଛି। ‘ରକ୍ତ ଗୋଲାପ ‘ ଚଳଚିତ୍ରର ପ୍ରଯୋଜନା କରିଛନ୍ତି ଅଶ୍ରୁଜିତ ମହାପାତ୍ର ଓ ଶୋଭନ ଦାସ। ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଓ ପିନାକୀ ସିଂ। ପୂର୍ବରୁ ‘ଚରିତ୍ର’ (୨୦୨୦), ‘ଡାଲଚିନି’ (୨୦୨୨) ଓ ‘ଫାଲଗୁନ ଚୈତ୍ର’ର ନିର୍ଦ୍ଦେଶନା ଦେଇ ବେଶ ସଫଳତା ହାସଲ କରିଛନ୍ତି ଏହି ନିର୍ଦ୍ଦେଶକ ଯୋଡି। ‘ରକ୍ତ ଗୋଲାପ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ପ୍ରଧାନ। ଚିତ୍ରନାଟ୍ୟ ତଥା ସଂଳାପ ରଚନା କରିଛନ୍ତି ଅମିତ କୁମାର ଦାସ ଓ ଅନିଲ ବାରିକ।
Powered by Froala Editor