ମହାପ୍ରତାପୀ ରାବଣର ସୁବର୍ଣ୍ଣ ଲଙ୍କା ଶ୍ରୀହୀନ ହେଲା: ଶ୍ରୀମୟୀ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ଫଳ ଘୋଷଣା ପୂର୍ବରୁ ବିଜେଡିକୁ ନିଶାଣ କରିଛନ୍ତି ଶ୍ରୀମୟୀ ମିଶ୍ର। ସେ ସାମାଜିକ ଗଣମାଧ୍ୟମରେ ବିଜେଡି ନାଁ ନନେଇ ଉଲ୍ଲେଖ କରିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ ମତଦାନ କରିଛନ୍ତି। ଯାହା ନିର୍ବାଚନ ଫଳାଫଳର ଟ୍ରେଣ୍ଡ କହୁଛି, ଶୋଚନୀୟ ପରାଜୟ ନିଶ୍ଚିତ। ମହିଳାଙ୍କୁ ଅପମାନିତ କରି ମହାପ୍ରତାପୀ ରାବଣର ସୁବର୍ଣ୍ଣ ଲଙ୍କା ଶ୍ରୀହୀନ ହେଲା। କୁରୁବଂଶ ଧ୍ବଂସ ହେଲା। ଏବେ ସେହି ମାର୍ଗରେ ଓଡ଼ିଶାର ଏକ ନମ୍ବର ବୋଲାଉଥିବା ରାଜନୀତିକ ଦଳ। ମହିଳାମାନେ ଉଚିତ୍ ଶିକ୍ଷା ଦେଲେ।
Powered by Froala Editor