ପିଲାଙ୍କ ପାଇଁ ପାଣ୍ଠି ସଂଗ୍ରହ କରି ଚର୍ଚ୍ଚାରେ ପଲକ, ଗିନିଜ ରେକର୍ଡରେ ନାଁ
ଲୋକପ୍ରିୟ ଗାୟିକା ପଲକ ମୁଚ୍ଛଲ ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। ବୃତ୍ତିଗତ ଉପଲବ୍ଧି ସହିତ ମାନବୀୟ କାର୍ଯ୍ୟ ପ୍ରତି ଅଦ୍ଭୁତ ସମର୍ପଣଭାବ ତାଙ୍କୁ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ର ଅଧିକାରିଣୀ କରିଛି । ପଲକ ପଲାଶ ଦାତବ୍ୟ ସଂଗଠନ ଜରିଆରେ ଦେଶ ଓ ବିଦେଶରେ ବଞ୍ଚିତ ପିଲାଙ୍କର ୩,୮୦୦ରୁ ଉଦ୍ଧ୍ୱର୍ ହୃତ୍ପିଣ୍ଡ ସର୍ଜରି ପାଇଁ ପାଣ୍ଠି ସଂଗ୍ରହରେ ନିଜର ଯୋଗଦାନ ଦେଇଛନ୍ତି ।
ପଲକଙ୍କ ଦାତବ୍ୟ ପ୍ରୟାସର ଯାତ୍ରା ପିଲାଦିନୁ ଆରମ୍ଭ ହୋଇଥିଲା। ପିଲାଦିନେ, ଏକ ଟ୍ରେନ୍ ଯାତ୍ରା ସମୟରେ ସେ କିଛି ବଞ୍ଚିତ ପିଲାଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିଦିନ ସେ ନିଜକୁ ପ୍ରତିଶ୍ରୁତି ଦେଲେ ‘ଦିନେ ମୁଁ ସେମାନଙ୍କୁ ସାହାଯ୍ୟ କରିବି ।’ ସେହି ପ୍ରତିଶ୍ରୁତି ତାଙ୍କ ସଂଗଠନ ପଛର ବଡ଼ ପ୍ରେରଣାପ୍ରଦ ଶକ୍ତି ପାଲଟିଲା । ପଲକ ପ୍ରତ୍ୟେକ କନ୍ସର୍ଟ ଓ ବ୍ୟକ୍ତିଗତ ସଞ୍ଚୟରୁ ଆୟ ଅର୍ଥକୁ ବଞ୍ଚିତଙ୍କ ଜୀବନ ରକ୍ଷାକାରୀ ଚିକିତ୍ସାରେ ଲଗାଉଛନ୍ତି ।
ପଲକଙ୍କ ଅନେକ ବର୍ଷ ଧରି ସେ କାରଗିଲ ସହିଦଙ୍କ ପରିବାରଙ୍କୁ ସାହାଯ୍ୟ କରିଛନ୍ତି । ଗୁଜରାଟ ଭୂକମ୍ପ ପୀଡ଼ିତଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।
ପଲକ ‘ମେରୀ ଆଶିକୀ’, ‘କୌନ୍ ତୁଝେ’ ଓ ‘ପ୍ରେମ୍ ରତନ ଧନ ପାୟୋ’ ଭଳି ଗୀତ ଜରିଆରେ ସଙ୍ଗୀତ କ୍ୟାରିଅର୍ରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । କିନ୍ତୁ ଆୟକୁ ସେ ନିଜ ସଂଗଠନକୁ ଉତ୍ସର୍ଗ କରିଛନ୍ତି ।
Powered by Froala Editor