ବିଗୁଡ଼ୁଛି ସ୍ଵାସ୍ଥ୍ୟବସ୍ଥା, ଭେଣ୍ଟିଲେଟରରେ ଧର୍ମେନ୍ଦ୍ର
ବଲିଉଡ ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାଯାଇଛି। ସୂଚନା ମିଳିଛି ଯେ, ଆଜି ତାଙ୍କ ଅବସ୍ଥା ଆହୁରି ଖରାପ ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ସହ ଭେଣ୍ଟିଲେଟରରେ ରଖାଯାଇଛି। ଏଭଳି ହଠାତ୍ ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଓ ସମ୍ପର୍କୀୟମାନେ ତାଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ଆସିବା ଆରମ୍ଭ କରିଛନ୍ତି।
ଅଭିନେତା ଧର୍ମେନ୍ଦ୍ର ଗତ ୧୦ ଦିନ ହେବ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଅଛନ୍ତି। ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା ଯୋଗୁଁ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଡିସେମ୍ବର ୮, ୨୦୨୫ ରେ ୯୦ ବର୍ଷ ବୟସରେ ପଦାର୍ପଣ କରିବେ। ଏହି ବର୍ଷ ଏପ୍ରିଲରେ ଧର୍ମେନ୍ଦ୍ରଙ୍କ ଆଖି ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା।
ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ଏହି ଖବର ଆସିବା ପରେ ଏବେ ତାଙ୍କ ପ୍ରଶଂସକ ତାଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି। କୁହାଯାଉଛି ଯେ, ସେ ବୟସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ।
Powered by Froala Editor