ଦିନିକିଆ ଓଡ଼ିଶା ଗସ୍ତରେ ଶିବରାଜ ସିଂହ ଚୌହାନ
ଭୁବନେଶ୍ବର: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ‘ମାଣ୍ଡିଆ ଦିବସ (ମିଲେଟ୍ ଡେ)’ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଯୋଗଦେବେ। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କଟକ ଜିଲାର ସଦର ଅଞ୍ଚଳ ଗସ୍ତ କରି କୃଷି କ୍ଷେତ୍ର ପରିଦର୍ଶନ କରିବେ ଏବଂ ଚାଷୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ। ଅପରାହ୍ଣରେ ସେ କଟକର ବିଦ୍ୟାଧରପୁରସ୍ଥିତ ଆଇସିଏଆର-କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆରଆରଆଇ)ରେ ଏକ ବୈଠକରେ ଯୋଗଦେବେ। ସନ୍ଧ୍ୟାରେ ଶ୍ରୀ ଚୌହାନ ଭୁବନେଶ୍ୱରରୁ ବିଜୟୱାଡା ଅଭିମୁଖେ ଯାତ୍ରା କରିବେ ଏବଂ ପରଦିନ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।
Powered by Froala Editor