Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 31, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ...

  • ପାମ୍ ବିଚ୍ ବିମାନବନ୍ଦରରେ ସୁରକ୍ଷା ...

  • ଆଜି ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ

  • ଏପ୍ରିଲ ମାସରେ କେତେ ଦିନ ବ୍ୟାଙ୍କ ରହିବ ...

  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ...

  • ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ...

  • ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ...

  • ଇସ୍ତଫା ଦେଲେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ...

  • ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ...

Home ›› ››ରାତି ପାହିଲେ ନୂଆପଡ଼ା ଉପନିର୍ବାଚନ: ନେତାଙ୍କ ହୃଦ୍‌ସ୍ପନ୍ଦନ ବଢାଇ ଦେଲାଣି ଭୋଟରଙ୍କ ନିରବତା

ରାତି ପାହିଲେ ନୂଆପଡ଼ା ଉପନିର୍ବାଚନ: ନେତାଙ୍କ ହୃଦ୍‌ସ୍ପନ୍ଦନ ବଢାଇ ଦେଲାଣି ଭୋଟରଙ୍କ ନିରବତା

2025-11-10 05:24:47
14694
Share:
Facebook
Twitter
E-Mail
WhatsApp
Telegram
ରାତି ପାହିଲେ ନୂଆପଡ଼ା ଉପନିର୍ବାଚନ: ନେତାଙ୍କ ହୃଦ୍‌ସ୍ପନ୍ଦନ ବଢାଇ ଦେଲାଣି ଭୋଟରଙ୍କ ନିରବତା

ନୂଆପଡ଼ା: ରାତି ପାହିଲେ ବହୁଚର୍ଚ୍ଚିତ ନୂଆପଡ଼ା ଉପନିର୍ବାଚନରେ ୨.୫୦ ଲକ୍ଷରୁ ଊର୍ଦ୍ଧ୍ବ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପ୍ରଚାରର ଶେଷ ଦିନରେ ବିଜେପି, ବିଜେଡି, କଂଗ୍ରେସ ସମେତ ସମାଜବାଦୀ ପାର୍ଟି ଓ ସ୍ବାଧୀନ ପ୍ରାର୍ଥୀ ବିଭିନ୍ନ ଶୈଳୀରେ ପ୍ରଚାର କରିବା ସହ ଭୋଟରଙ୍କ ଆସ୍ଥାଭାଜନ ହେବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ଏହି ଉପନିର୍ବାଚନ ତିନି ପ୍ରମୁଖ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିବାରୁ କେହି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଜନତା ନିର୍ବାଚନକୁ ନେଇ ନିରବ ଥିବାବେଳେ ନେତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି; ତଥାପି କେହି ବିଜୟ ଆଶା ଛାଡ଼ି ନାହାନ୍ତି।

୨୦୨୪ ସାଧାରଣ ନିର୍ବାଚନ‌ ପରେ ଏହା ହେଉଛି ପ୍ରଥମ ଉପନିର୍ବାଚନ। ରାଜ୍ୟରେ ବିଜେପି ସରକାରକୁ ଆସିଥିବାରୁ ଏହି ଉପନିର୍ବାଚନ ଜିତିବା ଦଳ ପାଇଁ ସମ୍ମାନର ବିଷୟ ହୋଇଛି। ସେହିପରି ବିଜେଡି ପାଇଁ ନୂଆପଡ଼ା ଆସନ ବଜାୟ ରଖିବା ଆହ୍ବାନ ପାଲଟିଛି। ଦଳ କ୍ଷମତାରୁ ଯିବାର ପ୍ରାୟ ଦେଢ଼ ବର୍ଷ ପରେ ପୁଣି ଲୋକଙ୍କ ଭରସା ଜିତିବାକୁ ପ୍ରାଣମୂର୍ଚ୍ଛା ପ୍ରୟାସ ଜାରି ରଖିଛି। ଅନ୍ୟପକ୍ଷରେ ପିସିସି ସଭାପତି ଦାୟିତ୍ବ ନେବା ପରେ ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ଏହି ଉପନିର୍ବାଚନ ଲଢ଼ୁଛି। ଏହି ଉପନିର୍ବାଚନ ଜିତି କଂଗ୍ରେସ ପୁନର୍ବାର ଲୋକଙ୍କ ଆସ୍ଥାଭାଜନ ହେବାକୁ ପ୍ରଚେଷ୍ଟା କରୁଛି। ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୫ ହଜାରରୁ ଅଧିକ ଯାଦବ ଭୋଟ୍ ରହିଥିବାରୁ ସମାଜବାଦୀ ପାର୍ଟି ମଧ୍ୟ ଏହି ମଇଦାନରେ ବଳ କଷୁଛି।

ନୂଆପଡ଼ା ଭୋଟ୍‌ ଗ୍ରହଣକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବାବେଳେ ଭୋଟରଙ୍କ ନିରବତା ରାଜନୈତିକ ଦଳ ଓ ନେତାଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଇଛି। କିଏ ଏଠାରେ ବାଜିମାତ କରିବ ତାହା ଏବେ ବି ଅସ୍ପଷ୍ଟ ରହିଛି; କିନ୍ତୁ ତିନି ପ୍ରମୁଖ ଦଳ ବିଜୟକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ଗ୍ରାମାଞ୍ଚଳରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ହେଉଥିବାବେଳେ ସହରାଞ୍ଚଳରେ ସ୍ଥିତି ରୋଚକ ରହିଛି। ନୂଆପଡ଼ା, ଛତିଶଗଡ଼ ସୀମାନ୍ତବର୍ତ୍ତୀ ହୋଇଥିବାରୁ ଏଠାରେ ଏକାଧିକ ଭାଷାଭାଷୀ ଲୋକ ରହୁଛନ୍ତି। ମୋଟ ୩୫୮ ବୁଥ୍‌ରୁ ପ୍ରାୟ ୧୫୦ ବୁଥ୍‌ରେ ‘ଲରିଆ’ ଭାଷାଭାଷୀ ଅଛନ୍ତି। ସେମାନେ ଓଡ଼ିଆ, ସମ୍ବଲପୁରୀ, ହିନ୍ଦୀ ଓ ଛତିଶଗଡ଼ି ଭାଷା ମିଶାମିଶି କରି କଥାବାର୍ତ୍ତା କରୁଛନ୍ତି। ମୁଖ୍ୟତଃ ନୂଆପଡ଼ା ବ୍ଲକରେ ଅଧିକାଂଶ ଲରିଆ ଭାଷାଭାଷୀ ବସବାସ କରୁଥିବାବେଳେ ଖରିଆର ରୋଡ୍‌ ଏନ୍‌ଏସି ଅଞ୍ଚଳରେ ଅଧିକାଂଶ ହିନ୍ଦୀ କହୁଥିବା ମତଦାତା ରହିଛନ୍ତି। ରାୟପୁର ସହ ନୂଆପଡ଼ା ଅଧିବାସୀଙ୍କ ବାଣିଜ୍ୟିକ, ପାରିବାରିକ ସମ୍ପର୍କ ରହିଛି। ସେମାନଙ୍କ ଭୋଟ୍ ହାତେଇବା ପାଇଁ ସବୁ ଦଳ ପ୍ରଚେଷ୍ଟା କରୁଛନ୍ତି। 

ନୂଆପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାୟ ୪୫ ହଜାରରୁ ଅଧିକ ଯାଦବ ଭୋଟ୍ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ଯାଦବ ଭୋଟ୍ ହାତେଇବାକୁ ଲମ୍ବୋଦର ନିଆଲଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିଥିଲା। ମାତ୍ର ଏହି ଉପନିର୍ବାଚନ ସମୟରେ ଶ୍ରୀ ନିଆଲ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ଲମ୍ବୋଦରଙ୍କ ସମେତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍‌, ହିତେଶ ବଗର୍ତ୍ତିଙ୍କ ଭଳି ନେତା ଯାଦବ ଭୋଟ୍‌ ବିଜେପି ସପକ୍ଷକୁ ଟାଣିବାକୁ ଉଦ୍ୟମ ଚଳାଇଛନ୍ତି। ସେହିପରି ବିଜେଡି ନନ୍ଦଲାଲ ସିଂ, ରାଜୁ ଘିବେଲାଙ୍କ ଭଳି ଯାଦବ ନେତାଙ୍କୁ ପ୍ରଚାରରେ ସାମିଲ କରି ଯାଦବ ଭୋଟ୍‌ ନେବାକୁ ପ୍ରଚେଷ୍ଟା କରିଛି। ବିଜେଡି-ବିଜେପିକୁ ଟକ୍କର ଦେଇ କଂଗ୍ରେସ ମଧ୍ୟ ପ୍ରଚାର କରୁଛି।

ଅନ୍ୟପକ୍ଷରେ ଜାତୀୟ ରାଜନୀତିରେ ଯାଦବ ନେତା ଭାବେ ପରିଚିତ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ନୂଆପଡ଼ା ଆସି ଦଳୀୟ ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପାଇଁ ଶେଷଦିନରେ ଭୋଟ୍‌ ମାଗିଛନ୍ତି। ଯାଦବ ଭୋଟ୍ ହାତେଇବାକୁ ସବୁ ଦଳ ଆପ୍ରାଣ ଉଦ୍ୟମ କରୁଥିଲେ ମଧ୍ୟ ମତଦାତା କୁଆଡ଼େ ଢଳି‌ବେ ତାହା ଚର୍ଚ୍ଚାର ବିଷୟ ହୋଇଛି। ଏହି ଉପନିର୍ବାଚନରେ ‘ଲରିଆ’ ଓ ଯାଦବ ଭୋଟ୍ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ଏହି ଭୋଟ୍‌ ଯେଉଁ ଦଳ ସପକ୍ଷକୁ ଯିବ ସେ ଦଳର ପ୍ରାର୍ଥୀ ନିର୍ବାଚନରେ ବାଜିମାତ୍‌ କରି‌େ‌ବ ବୋଲି ସମଗ୍ର ନିର୍ବାଚନମଣ୍ଡଳୀରେ ଆଲୋଚନା ହେଉଛି।

Powered by Froala Editor

Tags Election

Related articles Odisha News Lens 4.1

  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ
    ବିଶେଷ

    ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15315
    Mar 31, 2026
  • ଏପ୍ରିଲ ମାସରେ କେତେ ଦିନ ବ୍ୟାଙ୍କ ରହିବ ବନ୍ଦ ଜାଣନ୍ତୁ....
    ଦେଶ-ଦେଶାନ୍ତର

    ଏପ୍ରିଲ ମାସରେ କେତେ ଦିନ ବ୍ୟାଙ୍କ ରହିବ ବନ୍ଦ ଜାଣନ୍ତୁ....

    13996
    Mar 31, 2026
  •  ପାମ୍ ବିଚ୍ ବିମାନବନ୍ଦରରେ ସୁରକ୍ଷା ଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ପାମ୍ ବିଚ୍ ବିମାନବନ୍ଦରରେ ସୁରକ୍ଷା ଆଲର୍ଟ ଜାରି

    15353
    Mar 31, 2026
  • ଇସ୍ତଫା ଦେଲେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନ
    ଦେଶ-ଦେଶାନ୍ତର

    ଇସ୍ତଫା ଦେଲେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନ

    15487
    Mar 30, 2026
  • ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ରାଜ୍ୟବାସୀ ଚାତକ ଭଳି ଅନାଇ ବସିଛନ୍ତି: ଶାହା
    ଦେଶ-ଦେଶାନ୍ତର

    ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ରାଜ୍ୟବାସୀ ଚାତକ ଭଳି ଅନାଇ ବସିଛନ୍ତି: ଶାହା

    14010
    Mar 30, 2026
  • ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ଲୋନ୍‌
    ଦେଶ-ଦେଶାନ୍ତର

    ଗିରଫ ହେଲା ଲସ୍କର ଆତଙ୍କୀ ଶବିର ଅହମ୍ମଦ ଲୋନ୍‌

    13464
    Mar 30, 2026
  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ

    14671
    Mar 30, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ
    ବିଶେଷ

    ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15005
    Mar 30, 2026
  • ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ,  କଡ଼ା ଭାଷାରେ ନିନ୍ଦା ...
    ଦେଶ-ଦେଶାନ୍ତର

    ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ, କଡ଼ା ଭାଷାରେ ନିନ୍ଦା ...

    14444
    Mar 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନିଶିକାନ୍ତ ଦୁବେଙ୍କ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ବୟାନ, କଡ଼ା ଭାଷାରେ ନିନ୍ଦା କଲେ ସାଂସଦ ସସ୍ମିତ ପାତ୍ର

    14444
    Mar 30, 2026
  • ଦେଶ-ଦେଶାନ୍ତର

    ତୃତୀୟ ଥର କ୍ଷମତାକୁ ଆଣିବା ପାଇଁ ରାଜ୍ୟବାସୀ ଚାତକ ଭଳି ଅନାଇ ବସିଛନ୍ତି: ଶାହା

    14010
    Mar 30, 2026
  • ଦେଶ-ଦେଶାନ୍ତର

    ଇସ୍ତଫା ଦେଲେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନ

    15487
    Mar 30, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17389
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17454
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17803
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16273
    Apr 03, 2021

ବିଶେଷ

  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15315
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15005
    Mar 30, 2026
  • ଓଜନ କମାଇବାର ସହଜ ଉପାୟ

    16100
    Mar 28, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    15368
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15479
    Mar 25, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15031
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15537
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13832
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14272
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ

    14671
    Mar 30, 2026
  • ଏପ୍ରିଲ ମାସରେ କେତେ ଦିନ ବ୍ୟାଙ୍କ ରହିବ ବନ୍ଦ ଜାଣନ୍ତୁ....

    13996
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15005
    Mar 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In