୩୨ ବର୍ଷ ବୟସରେ ଟ୍ରାଭେଲ ଇନଫ୍ଲୁଏନ୍ସର ଅନୁନୟଙ୍କ ମୃତ୍ୟୁ
୩୨ ବର୍ଷ ବୟସରେ ଟ୍ରାଭେଲ ଇନଫ୍ଲୁଏନ୍ସର ଓ ଫଟୋଗ୍ରାଫର ଅନୁନୟ ସୁଦଙ୍କ ଦେହାନ୍ତ ହୋଇଛି। ଏନେଇ ତାଙ୍କ ପରିବାର ଲୋକେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ମୃତ୍ୟୁ ଖବର ସୁନିଶ୍ଚିତ କରିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଅନୁନୟ ଦୁବାଇରେ ନିଜ ପରିବାର ସହିତ ରହୁଥିଲେ। ସେ Travel Influencer ସହ ଫଟୋଗ୍ରାଫର ମଧ୍ୟ ଥିଲେ। ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଗୁରୁବାର ଜଣାଇଛନ୍ତି ।
ଅନୁନୟ ସୁଦଙ୍କ ଶେଷ ଇନଷ୍ଟାଗ୍ରାମ୍ ପୋଷ୍ଟ କିଛି ଦିନ ପୂର୍ବରୁ ଥିଲା, ଯେଉଁଥିରେ ସେ ଲାସ୍ ଭେଗାସ୍ର ରାସ୍ତାରେ ସ୍ପୋର୍ଟସ୍ କାରମାନଙ୍କ ମଝିରେ ଥିବା ଦେଖିବାକୁ ମିଳିଥିଲା। ଏହି ପୋଷ୍ଟ ଏବେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ତାଙ୍କ ସ୍ମୃତିର ଶେଷ ଅଂଶ ପାଲଟିଛି।
ଦୁବାଇର ଟ୍ରାଭେଲ୍ ସୁପରଷ୍ଟାର ଅନୁନୟ ସୁଦ କେବଳ ଟ୍ରାଭେଲ ଇନଫ୍ଲୁଏସର ନଥିଲେ ବରଂ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଥିଲେ। ତାଙ୍କର ଇନଷ୍ଟାଗ୍ରାମରେ ୧.୪ ମିଲିୟନରୁ ଅଧିକ ଫଲୋଅର୍ସ ଏବଂ ୟୁଟ୍ୟୁବ୍ରେ ପ୍ରାୟ ୪୦୦,୦୦୦ ସବସ୍କ୍ରାଇବର୍ ଥିଲେ। ସ୍ୱିଜରଲ୍ୟାଣ୍ଡର ପର୍ବତଠାରୁ ଆଇସଲ୍ୟାଣ୍ଡର ହ୍ରଦ ଏବଂ ଟୋକିଓର ରାସ୍ତା ପର୍ଯ୍ୟନ୍ତ, ତାଙ୍କ କ୍ୟାମେରା ପ୍ରତ୍ୟେକ ସ୍ଥାନର କାହାଣୀ କହୁଥିଲା।
ଯଦିଓ ଅନୁନୟ ସୁଦଙ୍କ ମୃତ୍ୟୁର କାରଣ ସମ୍ପର୍କରେ ପରିବାର ପକ୍ଷରୁ କୌଣସି ସଠିକ ସୂଚନା ଦିଆଯାଇନାହିଁ। ଅନୁନୟ ଏକ ସଫଳ ମାର୍କେଟିଂ ଫାର୍ମ ମଧ୍ୟ ଚଲାଇଥିଲେ, ଯାହା ମାଧ୍ୟମରେ ସେ ସୋସିଆଲ ମିଡିଆର ସୃଜନଶୀଳ ଦୁନିଆରେ ନିଜକୁ ଭିନ୍ନ କରିଥିଲେ। ତେବେ ଏହି ଖବର ପରେ, ତାଙ୍କ ଫଲୋର୍ସମାନେ କମେଣ୍ଟ ବକ୍ସରେରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
Powered by Froala Editor