କେଜିଏଫ୍ ର ‘ ଚାଚା’ ଆଉ ନାହାନ୍ତି
କନ୍ନଡ଼ ଫିଲ୍ମର ଖ୍ୟାତନାମା ଅଭିନେତା ହରିଶ ରାୟ ଆଉ ନାହାନ୍ତି। ହରିଶ ରାୟଙ୍କର ୫୫ ବର୍ଷ ବୟସରେ ପରଲୋକ ହୋଇଛି। ସେ ଗତ କିଛି ଦିନରୁ ଥାଇରଏଡ୍ କ୍ୟାନସରରେ ପୀଡ଼ିତ ଥିଲେ। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଅଭିନେତାଙ୍କ ପାଇଁ ପୋଷ୍ଟ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତେବେ ଅଭିନେତା ‘ଅପରେଶନ ଅନ୍ତା, ଓମ୍, ସିବିଆଇ ଦୁର୍ଗା ଭଳି ଫିଲ୍ମରେ ନଜର ଆସିଥିଲେ।
ଏହାଛଡ଼ା ସେ କନ୍ନଡ଼ ସିନେମାରେ ସବୁଠାରୁ ସଫଳ ଫିଲ୍ମ ‘କେଜିଏଫ୍ ଏବଂ ‘କେଜିଏଫ୍ ଚାପ୍ଟର ୨’ରେ ନଜର ଆସିଥିଲେ। ଫିଲ୍ମରେ ତାଙ୍କର ଚାଚା ଭୂମିକା ବେଶ ଲୋକପ୍ରିୟ ହୋଇଥିଲେ।
ହରିଶ ଦୀର୍ଘଦିନ ଧରି ଥାଇରଏଡ଼ କ୍ୟାନ୍ସରରେ ପୀଡ଼ିତ ଥଇିଲେ। ଏହି ସମୟରେ କେଜିଏଫ୍ ଷ୍ଟାର ଯଶ ସମେତ ଅନେକ କଳାକାର ତାଙ୍କ ସହାୟତା କରିଥିଲେ। ବାଙ୍ଗାଲୋରର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା, ଯାହାକି ବେଶ ମହଙ୍ଗା ଥିଲା। ପ୍ରତି ୬୩ ଦିନରେ ତାଙ୍କୁ ତିନିଟି ଇଞ୍ଜେକ୍ସନ ଲଗାଯାଉଥିଲା। ଏହାର ମୋଟ ଖର୍ଚ୍ଚ ପ୍ରାୟ ୭୦ ଲକ୍ଷ ଟଙ୍କା ଥିଲା।
Powered by Froala Editor