ଆଗରୁ କେବେ ନୂଆପଡ଼ାରେ ପାଦ ପଡୁ ନଥିଲା, ନିର୍ବାଚନବେଳେ ନୂଆପଡ଼ା କଥା ମନେପଡ଼ିଲା: ଜୟ ଢୋଲକିଆ
ନୂଆପଡ଼ା : ବିଜେଡି ସୁପ୍ରିମୋଙ୍କ ବେଇମାନ ଉପଖ୍ୟାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୋ ବାପାଙ୍କ ସହ ନବୀନ ପଟ୍ଟନାୟକଙ୍କର ଭଲ ସମ୍ପର୍କ ଥିଲା। ସେ ମୋର ପିତୃତୁଲ୍ୟ ଥିଲେ। ହେଲେ ଯେତେବେଳେ ମୋ ବାପା ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଥିଲେ, ସେତେବେଳେ ଥରୁଟିଏ ମଧ୍ୟ ନବୀନ ଫୋନ୍ କରିନଥିଲେ କିମ୍ବା ଦେଖିବାକୁ ଆସିନଥିଲେ। ଏପରିକି ବାପାଙ୍କ ପରଲୋକ ପରେ ଶ୍ରଦ୍ଧାଞ୍ଜଳୀ ସଭାକୁ ମଧ୍ୟ ଆସିନଥିଲେ ।
ଆଗରୁ କେବେ ନୂଆପଡ଼ାରେ ପାଦ ପଡୁ ନଥିଲା । ହେଲେ ଏବେ ନିର୍ବାଚନବେଳେ ନୂଆପଡ଼ା କଥା ମନେପଡ଼ିଲା । ଭୋଟର ସବୁ ଜାଣନ୍ତି, ସେମାନେ ବିଚାର କରିବେ ବୋଲି କ୍ଷୋଭ ଭରା ସ୍ବରରେ କହିଛନ୍ତି ଜୟ ଢୋଲକିଆ ।
Powered by Froala Editor