ମନ୍ଥା ପ୍ରଭାବ: ବିଲରେ ଶୋଇ ରହିଛି ପାକଳ ଧାନ
ଭୁବନେଶ୍ବର: ବାତ୍ୟା ମନ୍ଥା ପ୍ରଭାବରେ ସବୁଠୁ ଅଧିକ କ୍ଷତି ସହିଛି ଚାଷୀକୂଳ । ବାତ୍ୟା ଯୋଗୁ ପାକଳ ହୋଇଥିବା ଧାନ ଗଛ ବିଲରେ ଶୋଇ ରହିଛି । ଧାନ ବିଲ ଭିତରେ ମାଟି ପାଣି ସହ ଲାଗି ପୁଣି ସେଥିରେ ଗଜ ବାହାରିଲାଣି । ଅତାବିରା ବ୍ଲକ୍ ପଞ୍ଚାୟତର ପ୍ରାୟ ଅଧିକାଂଶ ଚାଷୀଙ୍କ ଧାନ ବର୍ଷା ଛାଡିବା ପରେ ଏବେ ଗଜା ହୋଇଯାଇଛି । ଗଜା ଧାନାକୁ ଚାଷୀ କେମିତି ଅମଳ କରିବେ ସେନେଇ ଚାଷୀ ଚିନ୍ତାରେ ପଡିଛନ୍ତି । ଯଦି ଅମଳ କରିବ ନାହିଁ ତେବେ ଧାନ ସବୁ ଗଜା ହୋଇ ନଷ୍ଟ ହୋଇଯିବ, ଆଉ ଯଦି ଅମଳ କରୁଛି ତେବେ ଧାନକୁ ବିକ୍ରି କରିପାରିବ ନାହିଁ । ତୁରନ୍ତ ସେମାନଙ୍କୁ କ୍ଷୟକ୍ଷତି ଆକଳନ କରିବା ପ୍ରଦାନ କରିବାକୁ ଦାବି ହୋଇଛି ।
Powered by Froala Editor