ଭୋଟ ପାଇଁ ନୂଆପଡ଼ାବାସୀଙ୍କୁ ନିବେଦନ କଲେ ବୈଜୟନ୍ତ ପଣ୍ଡା
ନୂଆପଡା: ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡା। ବିଜେପିର ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି
ପଶ୍ଚିମ ଓଡିଶା’ ମୋ ରକ୍ତରେ ଅଛି। ଏଠି ମୋ ମାମୁଁ ଘର। ଗତବର୍ଷ ବିଜେପିର ଐତିହାସିକ ବିଜୟ ହେଲା। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେଲା। ନୂଆପଡ଼ାରେ ୭୫ ହଜାର ମହିଳା ସୁଭଦ୍ରା ଯୋଜନାରେ ଟଙ୍କା ପାଇଛନ୍ତି। ଏବେ ଅନେକ ମହିଳା ରାଜ୍ୟରେ ଲକ୍ଷପତି ଦିଦି ହେଲେଣି। ରାଜ୍ୟରେ ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ଅଛନ୍ତି। ତେଣୁ ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ଶ୍ରୀ ଜୟ ଢୋଲକିଆଙ୍କୁ ବିଜୟୀ କରିବାକୁ ମାନ୍ୟବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ନୂଆପଡ଼ାବାସୀଙ୍କୁ ନିବେଦନ କରିଛନ୍ତି।
ଏହି ଅବସରରେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ସନ୍ତୋଷ ଖଟୁଆ, ରାଜ୍ୟ ଉପସଭା ନେତ୍ରି କୁସୁମ ଟେଟେ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ବରିଷ୍ଠ ନେତା ପ୍ରସନ୍ନ ପାଢ଼ୀ, ପୂର୍ବତନ ସାଂସଦ ପ୍ରଭାସ ସିଂହ, ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ ।
Powered by Froala Editor