ମୃତ୍ୟୁ ପୂର୍ବରୁ ୪୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯାହା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇ ଆଗକୁ ବଢୁଥିବା ଯାତ୍ରୀବାହୀ ବସ୍ର ଡ୍ରାଇଭରଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି। ମୃତ ବସ ଡ୍ରାଇଭର ଜଣକ ହେଲେ ଶରତ ଚନ୍ଦ୍ର ମାର୍ଥା (୫୫)। କିନ୍ତୁ ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଛନ୍ତି ଡ୍ରାଇଭର ଜଣକ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ଅଧୀନ ଗୋଡ଼ିଆଳି ଗାଁର ବାସିନ୍ଦା ଶରତ ମାର୍ଥା ବସ ଚଳାଉଥିଲେ। ଶରତ ମାର୍ଥା ଅନ୍ୟ ଦିନ ଭଳି ଆଜି ମଧ୍ୟ ଭୁବନେଶ୍ବର ବରମୁଣ୍ଡାରୁ ଯାତ୍ରୀବାହୀ ବସ୍ ‘ବିଶାଖା’ ନେଇ ବାହାରି ଥିଲେ। ଅପରାହ୍ଣ ପ୍ରାୟ ୩ଟାରେ ଛାତି ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହା ପରେ କାଳ ବିଳମ୍ବ ନ କରି ତୁରନ୍ତ ସେ ବୋଲଗଡ଼ ବସଷ୍ଟାଣ୍ଡ ନିକଟରେ ଗାଡ଼ିକୁ ସାଇଡ୍ କରିଦେଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠି ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ଡ୍ରାଇଭର ଜଣକ ଠିକ ସମୟରେ ଗାଡ଼ି ଅଟକାଇ ନ ଥିଲେ ବସରେ ଥିବା ୪୦ ଯାତ୍ରୀ ଏକ ନିଶ୍ଚିତ ଦୁର୍ଘଟଣାର ଶିକାର ହୋଇଥାଆନ୍ତେ।
Powered by Froala Editor