ହସ୍ପିଟାଲରେ ଭର୍ତ୍ତି ହେଲେ ଧର୍ମେନ୍ଦ୍ର
ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧର୍ମେନ୍ଦ୍ରଙ୍କୁ ଖୁବ୍ ଶୀଘ୍ର ୯୦ ବର୍ଷ ବୟସ ହୋଇଯିବ। ଅଭିନେତାଙ୍କୁ ନେଇ ଖବର ଆସୁଛି ଯେ, ରୁଟିନ ଚେକଅପ୍ ପାଇଁ ସେ ଭର୍ତ୍ତି ହୋଇଛନ୍ତି। ଏହି ଖବର ଆସିବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଅନେକ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।
ପରିବାର ସୂତ୍ର ଅନୁସାରେ, ‘ଚିନ୍ତିତ ହେବାର କିଛି ନାହିଁ।’ ତାଙ୍କ ବୟସ ଅଧିକ ହୋଇଥିବାରୁ ସେ ସମୟ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥାନ୍ତି। ଏବେ ସେଭଳି ଏକ କାରଣରୁ ସେ ହସ୍ପିଟାଲରେ ଅଛନ୍ତି। ଅଭିନେତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ କୌଣସି ଚିନ୍ତା ନାହିଁ।’ ଏହି ରିପୋର୍ଟ ଆସିବା ପରେ ପ୍ରଶଂସକମାନେ ଆଶ୍ୱସ୍ତିର ନିଶ୍ୱାସ ମାରିଛନ୍ତି।
କହି ରଖୁଛୁ କି , କିଛି ସପ୍ତାହ ପୂର୍ବେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରେ ଦେଖିବାକୁ ମିଳିଥିଲା।ସେତେବେଳେ ମଧ୍ୟ ସେ ରୁଟିନ ଚେକଅପ୍ ପାଇଁ ଯାଇଥିଲେ। ସେ ସଂପୂର୍ଣ୍ଣ ଠିକ୍ ଅଛନ୍ତି। ସନି ଓ ବବି ମଧ୍ୟ ଏହି ସମୟରେ ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ବି ନିଜ ପିତାଙ୍କର ଏହି ମଧ୍ୟରେ ଖୁବ୍ ଧ୍ୟାନ ରଖୁଛନ୍ତି।
ଧର୍ମେନ୍ଦ୍ର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଭିଡିଓ ଏବଂ ଫଟୋ ସେୟାର କରନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ଉପଭୋଗ କରନ୍ତି। ଏହା ବ୍ୟତୀତ, ଧର୍ମେନ୍ଦ୍ର ଏବେ ବି ଫିଲ୍ମରେ ତାଙ୍କର ପ୍ରତିଭା ଦେଖାଉଛନ୍ତି। ଅଭିନେତାଙ୍କୁ ଶେଷ ଥର ପାଇଁ ଆଲିଆ ଭଟ୍ଟ ଏବଂ ରଣବୀର ସିଂହଙ୍କ ସହିତ ଫିଲ୍ମ “ରକି ଔର ରାନୀ କି ପ୍ରେମ କାହାଣୀ”ରେ ଦେଖିବାକୁ ମିଳିଥିଲା।
Powered by Froala Editor