ନୂଆପଡା ଖରିଆର୍ ରୋଡରେ ପ୍ରୀତିରଞ୍ଜନ ଘଡେଇଙ୍କ ବାସଭବନରେ ପୁଲିସ ଚଢାଉ
ନୂଆପଡା: ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି । ନୂଆପଡା ଖରିଆର୍ ରୋଡରେ ଥିବା ତାଙ୍କ ବାସଭବନରେ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ । ଏହି ସମୟରେ ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେପି ଜାଣିଶୁଣି ଏପରି କରୁଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି ।
Powered by Froala Editor