ଅବସର ନେବେ ରଜନୀକାନ୍ତ !
ଦକ୍ଷିଣ ସୁପରଷ୍ଟାର ରଜନୀକାନ୍ତ ଖୁବ୍ ଶୀଘ୍ର ଅବସର ନେବାକୁ ଚିନ୍ତା କରୁଛନ୍ତି। ରଜନୀକାନ୍ତ ତାଙ୍କ ଘନିଷ୍ଠ ବନ୍ଧୁ କମଲ ହାସନଙ୍କ ସହ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଏହି ଫିଲ୍ମ ରଜନୀକାନ୍ତଙ୍କ କ୍ୟାରିୟରର ଶେଷ ଫିଲ୍ମ ହେବ।
ରିପୋର୍ଟ ମୁତାବକ, ରଜନୀକାନ୍ତ ଏବଂ କମଲ ହାସନ ଏକାଠି କାମ କରୁଥିବା ଫିଲ୍ମଟି ପ୍ରଖ୍ୟାତ ନିର୍ଦ୍ଦେଶକ ନେଲସନଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ଏହି ଫିଲ୍ମ ପରେ ରଜନୀକାନ୍ତ ଅଭିନୟ ଜୀବନରୁ ଅବସର ନେବାକୁ ଯୋଜନା କରୁଛନ୍ତି। ନେଲସନଙ୍କ ବ୍ୟତୀତ ସୁନ୍ଦର ସିଙ୍କ ସହିତ ଏକ ଫିଲ୍ମରେ ବି କମଲ ହାସନ ଏବଂ ରଜନୀକାନ୍ତ ଅଭିନୟ କରିବାକୁ ଯାଉଛନ୍ତି। କମଲ ହାସନ ଏବଂ ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମଟି ଏକ ଗ୍ୟାଙ୍ଗଷ୍ଟର ଫିଲ୍ମ ହେବ ବୋଲି କୁହଯାଉଛି।
ଏହି ଫିଲ୍ମଟି ୪୮ ବର୍ଷ ପରେ ଦୁଇ ସୁପରଷ୍ଟାରଙ୍କୁ ପରଦାରେ ଏକାଠି କରିବ। ସେମାନେ ଶେଷ ଥର ପାଇଁ ୧୯୭୯ ମସିହାରେ ଆସିଥିବା ଫିଲ୍ମ "ଆଲାଉଦ୍ଦିନମ୍ ଅଥାବୁଥା ଭିଲାକ୍କମ୍" ରେ ଏକାଠି ଦେଖାଯାଇଥିଲେ। ହେଲେ ଉଭୟ ପ୍ରୋଜେକ୍ଟ ପାଇଁ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।
Powered by Froala Editor