ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର୍ ମାଓବାଦୀ
ମାଲକାନଗିରି : ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର୍ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୁଲିସ୍ ନିକଟରେ ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା, ଷ୍ଟେଟ କମିଟି ସଦସ୍ୟ ବି.ପ୍ରକାଶ ଓରଫ ପ୍ରଭାତ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରଷ୍କାର ରାଶି ରହିଛି । ସିସି ମେମ୍ବର ପୁଲୁରି ପ୍ରସାଦ ରାଓ ଗତ ୪୫ ବର୍ଷ ଧରି ମାଓ ସଂଗଠନ ସହ ଜଡିତ ଥିବାବେଳେ ଅନେକ ବଡ ବଡ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା। ସେହିପରି ବି.ପ୍ରକାଶ ମଧ୍ୟ ପ୍ରାୟ ୪୦ ବର୍ଷ ଧରି ମାଓ ସଂଗଠନରେ ରହି ଅନେକ ହିଂସାକାଣ୍ଡରେ ଜଡିତ ଥିଲା।
Powered by Froala Editor