ଲାଞ୍ଚ ନେଉଥିଲେ, ଧରାପଡିଲେ ଜିଏସଟି ଅଧିକାରୀ
ଭୁବନେଶ୍ବର: ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଟିଟିଲାଗଡ଼ ସି.ଟି. ଏଣ୍ଡ ଜି.ଏସ.ଟି. ଅଧିକାରୀ ଉମାକାନ୍ତ ମହାକୁର । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କ ମିଥ୍ୟା ଜୋରିମାନା ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଅଧିକାରୀ ଶ୍ରୀ ମହାକୁର । ରମେଶଙ୍କୁ ୨୩ ହଜାର ୬ ଶହ ଟଙ୍କା ଜୋରିମାନା କରାଯାଇଥିଲା । ଜୋରିମାନାକୁ ୭୫୦୦ ଟଙ୍କା କରିଦେବା ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ରମେଶଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଛନ୍ତି ।
Powered by Froala Editor