ଟ୍ରକ-ବସ୍ ଧକ୍କା, ଦୁଇ ମୃତ
ଜଳେଶ୍ୱର: ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ହୋଇଛନ୍ତି । ମୃତକ ହେଲେ ବସ ଚାଳକ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୀର ଅବଦୁଲ ରହିମ୍ ଓ ହେଲପର ମାହାଙ୍ଗାର ନୃସିଂହ ଖଟୁଆ।
ସୂଚନା ଅନୁସାରେ ଜଳେଶ୍ଵର ସ୍ଥିତ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟ ନୂଆ କୋର୍ଟ ସମ୍ମୁଖରେ ବିଳମ୍ବିତ ରାତିରେ ଡଲଫିନ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ କଲିକତା ଯାଉଥିବାବେଳେ ରାସ୍ତା କଡରେ ଛିଡା ହୋଇଥିବା କୁଣ୍ଡା ବୋଝେଇ ଟ୍ରକକୁ ପିଟିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୪ଜଣ ଗୁରୁତରକୁ ବାଲେଶ୍ୱର ପଠାଯାଇଛି।
Powered by Froala Editor