‘ମନ୍ଥା’ ପାଇଁ ଶିମିଳିପାଳ, ନନ୍ଦନକାନନ ବନ୍ଦ
ବାତ୍ୟା ‘ମନ୍ଥା’ ପାଇଁ ବୁଧବାର ଶିମିଳିପାଳ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁସାର ଧନ ଜୀବନ ସୁରକ୍ଷା ଓ କ୍ଷୟକ୍ଷତି ମରାମତି ପାଇଁ ବନ୍ଦ ଘୋଷଣା କଯାଇଛି ।
ଜୀବଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ରାତିରେ ଉଭୟ ଉଦ୍ୟାନରେ ଦୁଇ ସହକାରୀ ବନ ସଂରକ୍ଷକ, ୭ଟି ବିଭାଗର ବନାଞ୍ଚଳ(ରେଞ୍ଜର), ବନ୍ୟପ୍ରାଣୀ ଚିକିତ୍ସକଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ରହିବେ। ‘ମନ୍ଥା’ର ସୁପରିଚାଳନା ପାଇଁଁ ମୁଖ୍ୟ ସମନ୍ବୟ ଅଧିକାରୀଭାବେ ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ବିଭାଗ ସହକାରୀ ବନ ସଂରକ୍ଷକ (ଏସିଏଫ୍) ମନସ୍ମିତା ମହାରଣା ତଦାରଖ କରିବେ।
ବର୍ଷା ଓ ପବନ ସତ୍ତ୍ବେ ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୨୭୧୪ ପର୍ଯ୍ୟଟକ ଆସିଥିଲେ। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୯୨ ପର୍ଯ୍ୟଟକ ଆସିଥିଲେ। ସେପଟେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଆସନ୍ତାକାଲି ବନ୍ଦ ହେବ ଶିମିଳିପାଳ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶଚାନ୍ଦ ଗୋଗିନେନି ସୋମବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
Powered by Froala Editor