ଅଗଷ୍ଟ ୨୭ରେ ଓଏଏସ୍ ପ୍ରଲିମିନାରୀ
ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପ୍ରଲିମିନାରୀ ପରୀକ୍ଷା ଅଗଷ୍ଟ ୨୭(ଶୁକ୍ରବାର) ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୁଇଟି ସିଟିଂରେ ପରୀକ୍ଷା ହେବ। ସକାଳ ୧୦ରୁ ଦିନ ୧୨ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡ଼ିଜର ପ୍ରଥମ ପେପର ଓ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଜେନେରାଲ ଷ୍ଟଡ଼ିଜର ଦ୍ୱିତୀୟ ପେପର ପରୀକ୍ଷା କରାଯିବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରେ ଅତିରିକ୍ତ ୪୦ ମିନିଟ ସମୟ ଦିଆଯିବ। ପରବର୍ତ୍ତୀ ସମୟରେ ଯୋଗ୍ୟ ପରୀକ୍ଷାର୍ଥୀଙ୍କ ପାଇଁ OPSC ୱେବସାଇଟ୍ରେ ଆଡ୍ମିଶନ ସାର୍ଟିଫିକେଟ୍ ଉପଲବ୍ଧହେବ ବୋଲି OPSC ପକ୍ଷରୁ କୁହାଯାଇଛି। ଏଥିପାଇଁ ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି।
Powered by Froala Editor