ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲେ ତୁରନ୍ତ ଲଗାଇବା ପାଇଁ ବ୍ୟବସ୍ଥା ହୋଇଛି: କେଭି ସିଂଦେଓ
ଭୁବନେଶ୍ଵର : ବଳ ଗୋଟାଉଛି ବାତ୍ୟା ମନ୍ଥା। ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରି ନିକଟତର ହେଉଛି। ଆଜି ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ରହିଛି। ଆନ୍ଧ୍ର ଉକୂଳ କାକିନାଡା ଦଇ ଅତିକ୍ରମ କରିବ ବାତ୍ୟା। ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୧୦ କିମି ରହିବ। ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଯଦି ଅଧିକ ପବନ କିମ୍ବା ବର୍ଷା ଯୋଗୁଁ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଉଛି , ତୁରନ୍ତ ସେ ସବୁକୁ ଲଗାଇବା ପାଇଁ ବ୍ୟବସ୍ଥା ହୋଇଛି। ୯ଟି ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ମହଜୁଦ୍ ରଖାଯାଇଛି। ବାତ୍ୟା ଟଳିବାର ୪୮ ଘଣ୍ଟାରେ ବିଦ୍ୟୁତ୍ ପୁନଃସ୍ଥାପନ କରିବୁ।
Powered by Froala Editor